ବଲିଉଡରେ ପ୍ରଖ୍ୟାତ ଅଭିନେତା କିରଣ କୁମାର କରୋନା ପଜେଟିଭ, ଏବେ ଆଇସୋଲେସନରେ ରହି ନିଜକୁ ରଖୁଛନ୍ତି ଫିଟ

ବଲିଉଡର ପ୍ରଖ୍ୟାତ ଅଭିନେତା କିରଣ କୁମାର କରୋନା ପଜେଟିଭ ହୋଇଥିବା ଜଣାପଡିଛି। କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, କିରଣଙ୍କର କରୋନା ଭାଇରସର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ବର ନଥିଲା କିମ୍ବା ନିଶ୍ବାସ ନେବାରେ କୌଣସି ଅସୁବିଧା ନଥିଲା । କିନ୍ତୁ ଯେତେବେଳେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

kk

ପଜେଟିଭ ରିପୋର୍ଟ ଆସିବା ପରେ ବର୍ତ୍ତମାନ କିରଣ ତାଙ୍କ ଘରେ କ୍ବାରେଣ୍ଟାଇନରେ ଅଛନ୍ତି । ସୋମବାର କିମ୍ବା ମଙ୍ଗଳବାର ଦିନ ସେ ପୁଣିଥରେ ଟେଷ୍ଟ କରାଇବେ ବୋଲି ଜଣାପଡିଛି । କିରଣ କହିଛନ୍ତି ଯେ, କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମକୁ ଏହାର ମୁକାବିଲା କରିବାକୁ ପଡିବ । ସେ ନିଜେ ଆଇସୋଲେସନରେ ରହି ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି ଏବଂ ଘରଲୋକଙ୍କ ସହିତ ଫୋନରେ କଥା ହେଉଛନ୍ତି। ସୂଚନାଯୋଗ୍ୟ ଯେ, କିରଣଙ୍କ ପୂର୍ବରୁ ବଲିଉଡ ସିଙ୍ଗର କନିକା କପୁର, ଜୋୟା ମୋରାନି, ତାଙ୍କ ଭଉଣୀ ଶାଜା ମୋରାନି ଏବଂ ତାଙ୍କ ବାପା କରିମ ମୋରାନି ମଧ୍ୟ ଏହି ମହାମାରୀର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.