କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ

କେନ୍ଦୁଝର : କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ ବିବାଦ। ନିର୍ଦ୍ଦିଷ୍ଟ କେତେକ କର୍ମକର୍ତ୍ତା ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଓ ସଂପାଦକ କ୍ଷମତା ବିକେନ୍ଦ୍ରୀକରଣ ନକରି ସମସ୍ତ କ୍ଷମତାକୁ ନିଜ ପାଖରେ ରଖି ଏହାର ଦୁରୁପଯୋଗ କରୁଛନ୍ତି ।

ଏହାସହ ବିଭିନ୍ନ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ନେଇ ଅସନ୍ତୁଷ୍ଟ କର୍ମକର୍ତ୍ତାମାନେ ଅଡିଟ ଦାବି କରିଥିଲେ ମଧ୍ୟ ସଂପାଦକ ଫାଇଲ ଦେଉନଥିବା ସଂଘର ଉପସଭାପତି , କୋଷାଧ୍ୟକ୍ଷ ଓ କାର୍ଯ୍ୟକାରୀ ସଦସ୍ୟ ଅଭିଯୋଗ ଆଣିଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.