ଦେଶ ବିଦେଶ

ଲେହରେ ଉଡ଼ିଲା ବିଶ୍ୱର ସବୁଠୁ ଦୀର୍ଘ ହଜାରେ କିଲୋ ଓଜନର ଭାରତୀୟ ଜାତୀୟ ପତାକା

ନୂଆଦିଲ୍ଲୀ : ଆଜି ଗାନ୍ଧି ଜୟନ୍ତୀରେ ଲଦାଖର ରାଜଧାନୀ ଲେହରେ ଉଡ଼ିଲା ସବୁଠୁ ବଡ଼ ଜାତୀୟ ପତାକା । ଖଦୀରେ ତିଆରି ଏହି ଭାରତୀୟ ଜାତୀୟ ପତାକାର ଦୀର୍ଘ ୨୨୫ ଫୁଟ ରେ ୧୫୦ ଫୁଟ ଥିବା ବେଳେ ଏହାର ଓଜନ ୧ ଟନ ବା ୧୦୦୦ କିଲୋଗ୍ରାମ ବୋଲି ଜଣାପଡ଼ିଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିଥିଲା ବୋଲି ଖଦୀ ଡାଏରସ ଆଣ୍ଡ୍‌ ପ୍ରିଣ୍ଟରର୍ସ ର ଡି ଏନ୍‌ ଭଟ୍ଟ ପ୍ରକାଶ କରିଛନ୍ତି । ଏହା ବିଶ୍ୱର ସବୁଠୁ ବଡ଼ ଜାତୀୟ ପତାକାର ମାନ୍ୟତା ପାଇଛି ।

Courtest : ANI

ଭାରତୀୟ ସେନା ବାହିନୀର ୫୭ ଇଂଜିନିୟର ରେଜିମେଣ୍ଟ ଏହାକୁ ପ୍ରସ୍ତୁତ କରିଛନ୍ତି :

ଏକ ହଜାର କିଲୋଗ୍ରାମ ଓଜନ ବିଶିଷ୍ଟ ୨୨୫ ଫୁଟ ଲମ୍ବ ଓ ୧୫୦ ଫୁଟ ଓସାରର ଏହି ତ୍ରିରଙ୍ଗା ପତାକାକୁ ପ୍ରସ୍ତୁତ କିରିବା ପାଇଁ ଭାରତୀୟ ସେନା ବାହିନୀର ୫୭ ଇଂଜିନିୟର ରେଜିମେଣ୍ଟ ଲାଗିଥିଲେ । ଏହି ଜାତୀୟ ପତାକାର ଉଦ୍‌ଘାଟନ ଉତ୍ସବକୁ ପ୍ରସାରଣ କରିବା ଅବସରରେ ଦୂରଦର୍ଶନ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ।

ଆମର ଜାତୀୟ ପତାକା ଆମ ଏକତା ଓ ମାନବିକତାର ପରିଚୟ ଓ ଏହାକୁ ସବୁ ଦେଶବାସୀ ଗ୍ରହଣ କରିବା ଉଚିତ ବୋଲି ଗାନ୍ଧିଜୀ କହିଥିଲେ । ଆଗାମୀ ଦିନରେ ଏହା ଆମ ଦେଶର ମହାନତା ସମ୍ପର୍କରେ ସର୍ବଦା ବାର୍ତ୍ତା ଦେଉଥିବ । ଏହା ଆମ ସେନାମାନଙ୍କ ମନୋବଳ ଦୃଢ଼ କରିବ ବୋଲି ଲଦାଖର ଲିପ୍ଟିନାଣ୍ଟ ଗଭର୍ଣ୍ଣର ପତାକା ଉତ୍ତୋଳନ ଅବସରରେ କହିଥିଲେ ।

Courtest : ANI

୧୫୦ ଜଣ ସେନା ଏହାକୁ ଲେହର ପର୍ବତ ଉପରକୁ ବୋହି ନେଇଥିଲେ :

ଏହି ପତାକାକୁ ପର୍ବତ ଉପରକୁ ନେବା ପାଇଁ ୧୫୦ ଜଣ ସୈନିକ ନିୟୋଜିତ ଥିଲେ । ପର୍ବତର ଶିଖରରେ ପହଞ୍ଚିବାକୁ ୧୫୦ ଜଣ ସୈନିକଙ୍କୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ଉଦ୍‌ଘାଟନ ଅବସରରେ ଭାରତୀୟ ଏୟାର ଫୋର୍ସର ହେଲିକପ୍ଟର ଆକାଶ ମାର୍ଗରୁ ପତାକାକୁ ସାଲ୍ୟୁଟ କରିଥିବାର ଦେଖାଯାଇଥିଲା । ଏହି ପତାକାକୁ ଖଦୀ ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲାବେଳେ ଭାରତୀୟ ସେନାଙ୍କ ଦ୍ୱାରା ଲେହରେ ଉତ୍ତୋଳନ କରାଯାଇଥିଲା । ସେନା ମୁଖ୍ୟ ମନୋଜ ମୁକୁଣ୍ଡ ନରଓ୍ଵାଣେ ଦୁଇ ଦିନିଆ ଲଦାଖ ଗସ୍ତ ସମୟରେ ଏହି ପତାକା ଉତ୍ତୋଳନ ଉତ୍ସବରେ ସାମିଲ ହୋଇଥିଲେ ।

Niharanjan

Recent Posts

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

16 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

31 mins ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

1 hour ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

2 hours ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

2 hours ago