ଦେଶ ବିଦେଶ

ନିଜେ ଏବେ ନେଇ ପାରିବେ ମିଟର ରିଡିଂ ଓ ତିଆରି କରିପାରିବେ ନିଜ ବିଦ୍ୟୁତ୍‌ ବିଲ୍‌

ପାଟନା :  ଯଦି ଆପଣଙ୍କ ବିଦ୍ୟୁତ ମିଟର ରିଡିଂ ନେବାକୁ ଠିକ୍‌ ସମୟରେ କର୍ମଚାରୀ ଆସୁନାହାଁନ୍ତି ତେବେ ନିଜେ ବି ନେଇ ପାରିବେ ଆପଣଙ୍କ ବିଦ୍ୟୁତ୍‌ ମିଟର ରିଡିଂ । ଆଉ ପ୍ରସ୍ତୁତ କରିପାରିବେ ବିଲ୍‌ । ଏମିତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିହାରର ବିଦ୍ୟୁତ୍‌ ବିତରଣ କମ୍ପାନୀ ।

ସୂଚାନ ମୁତାବକ ଏହି କମ୍ପାନୀ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଗ୍ରାହକ ବିଦ୍ୟୁତ୍‌ ବିଲ୍‌ ପାଇପାରିବେ । ଖାଲି ସେତିକି ନୁହେଁ ଏହା ମାଧ୍ୟମରେ ଗ୍ରାହକ ନୂତନ ସଂଯୋଗ ମଧ୍ୟ ପାଇ ପାରିବେ । ତେବେ ଆପଣ ଯଦି ଦେଢ଼ ମାସ ଧରି ବିଲ୍‌ ପାଇ ନଥିବେ ତେବେ ଏହି ଆପ୍‌ ମାଧ୍ୟମରେ ବିଲ୍‌ ପାଇ ପାରିବେ ।

ବାସ୍ତବରେ ବିଦ୍ୟୁତ୍‌ କର୍ମଚାରୀମାନେ ବହୁ ବଳମ୍ବରେ ମିଟର ରିଡିଂ ନେଉଥିବାରୁ ଏକା ଥରରେ ଅଧିକ ବିଲ୍‌ ଆସୁଛି । ଯାହାକୁ ପଇଠ କରିବା ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥାନ୍ତି । ଏହି ଆପ୍‌ ଦ୍ୱାରା ଏହି ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଛି । ସହରାଞ୍ଚଳରେ ଆରମ୍ଭ କରାଯାଇଛି । ଯଦି ପ୍ରକ୍ରିୟା ସଫଳ ହୁଏ ତେବେ ଏହାକୁ ସାରା ରାଜ୍ୟରେ ପ୍ରଚଳନ କରାଯିବ ବୋଲି ବିଦ୍ୟୁତ୍‌ କମ୍ପାନୀ କହିଛି ।

 

Niharanjan

Recent Posts

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

23 seconds ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

14 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

30 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

42 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

52 mins ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago