ନିଜେ ଏବେ ନେଇ ପାରିବେ ମିଟର ରିଡିଂ ଓ ତିଆରି କରିପାରିବେ ନିଜ ବିଦ୍ୟୁତ୍ ବିଲ୍
ପାଟନା : ଯଦି ଆପଣଙ୍କ ବିଦ୍ୟୁତ ମିଟର ରିଡିଂ ନେବାକୁ ଠିକ୍ ସମୟରେ କର୍ମଚାରୀ ଆସୁନାହାଁନ୍ତି ତେବେ ନିଜେ ବି ନେଇ ପାରିବେ ଆପଣଙ୍କ ବିଦ୍ୟୁତ୍ ମିଟର ରିଡିଂ । ଆଉ ପ୍ରସ୍ତୁତ କରିପାରିବେ ବିଲ୍ । ଏମିତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିହାରର ବିଦ୍ୟୁତ୍ ବିତରଣ କମ୍ପାନୀ ।
ସୂଚାନ ମୁତାବକ ଏହି କମ୍ପାନୀ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଗ୍ରାହକ ବିଦ୍ୟୁତ୍ ବିଲ୍ ପାଇପାରିବେ । ଖାଲି ସେତିକି ନୁହେଁ ଏହା ମାଧ୍ୟମରେ ଗ୍ରାହକ ନୂତନ ସଂଯୋଗ ମଧ୍ୟ ପାଇ ପାରିବେ । ତେବେ ଆପଣ ଯଦି ଦେଢ଼ ମାସ ଧରି ବିଲ୍ ପାଇ ନଥିବେ ତେବେ ଏହି ଆପ୍ ମାଧ୍ୟମରେ ବିଲ୍ ପାଇ ପାରିବେ ।
ବାସ୍ତବରେ ବିଦ୍ୟୁତ୍ କର୍ମଚାରୀମାନେ ବହୁ ବଳମ୍ବରେ ମିଟର ରିଡିଂ ନେଉଥିବାରୁ ଏକା ଥରରେ ଅଧିକ ବିଲ୍ ଆସୁଛି । ଯାହାକୁ ପଇଠ କରିବା ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥାନ୍ତି । ଏହି ଆପ୍ ଦ୍ୱାରା ଏହି ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଛି । ସହରାଞ୍ଚଳରେ ଆରମ୍ଭ କରାଯାଇଛି । ଯଦି ପ୍ରକ୍ରିୟା ସଫଳ ହୁଏ ତେବେ ଏହାକୁ ସାରା ରାଜ୍ୟରେ ପ୍ରଚଳନ କରାଯିବ ବୋଲି ବିଦ୍ୟୁତ୍ କମ୍ପାନୀ କହିଛି ।