Below header

ଭୂଲ୍‌ରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ସ୍ୱାସ୍ଥ୍ୟ ରହିବା ଉତ୍ତମ ଖାଦ୍ୟ ଖାଇବା ଜରୁରୀ । ତେବେ କେଉଁ ଖାଦ୍ୟ କେତେବେଳେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ ସେ କଥା ନିହାତି ଜାଣିବା ଜରୁରୀ । ତବେ ବେଳେ ବେଳେ ଲୋକେ ଠିକ୍‌ ଢ଼ଙ୍ଗରେ ଖାଦ୍ୟ ନନେବା ଯୋଗୁ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ଯାହାକୁ ଆମେ ଖାଲି ପେଟରେ ଖାଇବା ଉଚିତ୍‌ ନୁହେଁ ।

ଦହି

ଦହିରେ ପ୍ରୋବାୟୋଟିକ୍ସ ପ୍ରଚୁର ମାତ୍ରାରେ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭଲ ବାକ୍ଟେରିଆ ସୃଷ୍ଟି ହେବାରେ ସହାୟତା ହୋଇଥାଏ । ହେଲେ ଏହାକୁ ଖାଲି ପେଟରେ ଖାଇଲେ ଶରୀରରେ ଏହା ଏସିଡ୍‌ ସୃଷ୍ଟି କରିଥାଏ । ତେଣୁ ଖାଲି ପେଟରେ କେବେ ବି ଦହି ଖାଆନ୍ତୁ ନାହିଁ ।

cucumber
photo: punjabkesari.in

କାକୁଡ଼ି

କାକୁଡ଼ିରେ ଭରପୁର ମାତ୍ରାରେ ଏଣ୍ଟି-ଅକ୍ସିଡାଣ୍ଟ ଓ ପୋଷକ ତତ୍ତ୍ୱ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରରେ ପାଣିର ଅଭାବ ହୋଇ ନଥାଏ । ଏହା ରୋଗ ଦାଉରୁ ରକ୍ଷା କରିବା ସହ ଶରୀରକୁ ସାରା ଦିନ ତାଜା ରଖିଥାଏ । ହେଲେ ଏହାକୁ ଖାଲି ପେଟରେ ଖାଆନ୍ତୁ ନାହିଁ । ଖାଲି ପେଟରେ ଖାଇଲେ ଛାତି ପୋଡ଼ିବା ସହ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ ।

ଟମାଟର

ଟମାଟର ପୋଷକ ତତ୍ତ୍ୱରେ ଭରପୁର ଥିଲେ ହେଁ ଏଥିରେ କେତେ ପ୍ରକାର ଏସିଡ୍‌ ଥାଏ । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟରେ ଜ୍ୱଳନ, ଦରଜ, ଏସିଡିଟି ଆଦି ଅସୁବିଧା ସୃଷ୍ଟି ହୋଇଥାଏ । ସର୍ବଦା ଏହାକୁ ସିଝାଇ କରି ଖାଇବା ଠିକ୍‌ ହେବ ।

banana
photo: punjabkesari.in

କଦଳୀ

କଦଳୀରେ ଫାଇବର, କ୍ୟାଲସୀୟମ୍‌, ମାଗ୍ନେସିୟମ୍‌, ପଟାସିୟମ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ଠିକ୍‌ ରହିଥାଏ । ହେଲେ ଖାଲି ପେଟରେ ଖାଇବା ଦ୍ୱାରା ବାନ୍ତି, ଛାତି ପୋଡିବା ଆଦି ହୋଇଥାଏ । ସେହିପରି କୌଣସି ଖଟା ଫଳ ମଧ୍ୟ ଖାଲି ପେଟରେ ଖାଇବା ଉଚିତ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.