ଗଜପତି: ଘର ଭିତରୁ ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାରେ ଖୋଳତାଡ ଜାରି
କେନ୍ୟୁଜ୍(ବ୍ୟୁରୋ): ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ । ଗଜପତି ଜିଲ୍ଲାରେ ଘର ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାରେ ଖୋଳତାଡ ଜାରି । ଗୁରାଣ୍ଡି ଥାନା ଆରିବା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଶିବାଲ ଡିଲେଶ୍ୱରୀ ଓ ଟାଲୁରୁ ଶ୍ରୀନୁ । ଦୀର୍ଘ ଦିନ ହେବ ଦୁହେଁ ଦୁହିିଁଙ୍କୁ ଭଲ ପାଉଥିଲେ ।
ଝିଅର ପରିବାର ଅନ୍ୟତ୍ର ବିବାହ ପାଇଁ ଚେଷ୍ଟା କରିବାରୁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସରଜମିନ୍ ତଦନ୍ତ କରିଛନ୍ତି । ବେକରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରୁ ଜବତ ହୋଇଛି ଏକ ଛୁରୀ । ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଛି ।