୯୫% ଲୋକ ଖାଦ୍ୟ ଖାଇବା ସମୟରେ କରନ୍ତି ଏହି ଭୁଲ୍

ଯେଉଁମାନେ ସବୁବେଳେ ଖାଦ୍ୟ ଖାଇବା ସମୟରେ କରିଥାନ୍ତି, ଯାହା ଦ୍ବାରା ତାଙ୍କର ପାଚନ ତନ୍ତ୍ର ଭଲ ଭାବେ କାମ କରିପାରେ ନାହିଁ ତେବେ ଆସନ୍ତୁ ଜାଣିବା ସେମାନଙ୍କର ପ୍ରଥମ ଭୁଲ।

ଖାଇବା ସମୟରେ ପାଣି ପିଇବା

ଯଦି ଆପଣ ଖାଦ୍ୟ ଖାଉଥିବା ସମୟରେ କିମ୍ବା ଖାଦ୍ୟ ଖାଇବା ମଝିରେ ପାଣି ପିଉଥାନ୍ତି ତେବେ ଏହି ଅଭ୍ୟାସ ଯେତେ ସମ୍ଭବ ବଦଳାନ୍ତୁ ନଚେତ ଏହି ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ରିସର୍ଚ୍ଚରେ କୁହାଯାଇଛି। ଖାଦ୍ୟ ଖାଇବା ମଝିରେ ପାଣି ପିଇବା ଦ୍ବାରା ଶରୀରରେ ଇନସୁଲିନର ମାତ୍ରା ବଢ଼ିଯାଇଥାଏ ଯାହା ଆମ ପାଚନ ତନ୍ତ୍ରକୁ ମଧ୍ୟ ପ୍ରଭାବିତ କରାଇଥାଏ। କେବଳ ଏତିକି ନୁହେଁ ଏହା ଦ୍ବାରା ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିବାରେ ମଧ୍ୟ ଆଶଙ୍କା ଥାଏ। ଖାଦ୍ୟ ଖାଉଥିବା ସମୟରେ ପାଣି ପିଇବା ଦ୍ବାରା ଖାଦ୍ୟର ପାଚନ କ୍ରୀୟା ଧୀର ହୋଇଯାଏ। ଖାଦ୍ୟ ପେଟରେ ଅଧିକ ସମୟ ପର‌୍ୟ୍ୟନ୍ତ ରହିବା କାରଣରୁ ଏସିଡିଟି ମଧ୍ୟ ହେବାକୁ ଲାଗିଥାଏ ଯାହା ପେଟରେ ଜଳିଲା ଭଳି ଲାଗିଥାଏ।

ଦ୍ବିତୀୟ ଭୁଲ – ଖାଦ୍ୟ ଖାଇବାର ତୁରନ୍ତ ପାଣି ପିଇବା

ଆୟୁର୍ବେଦରେ କୁହାଯାଇଛି, ’ଭୋଜନାସ୍ତେ ବିଷଂ ବାରୀ’ ଏହାର ଅର୍ଥ ହେଉଛି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ବିଷ ସହିତ ସମାନ ହୋଇଥାଏ। ଖାଦ୍ୟରେ ମହତ୍ତ୍ବ ନଥାଏ, ପଚିପାରେ ମହତ୍ତ୍ବ ଥାଏ। କାରଣ ଖାଦ୍ୟ ହଜମ ହେଲେ ହିଁ ତାହା ରସ ହେବ ଏବଂ ତାହା ଆପଣଙ୍କ ଶରୀର ପାଇଁ, ଜୀବନ ବଞ୍ଚାଇବାରେ କାମରେ ଆସିବ।

ଏହା ସହ ପଢ଼ନ୍ତୁ : 

ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରନ୍ତି ତେବେ ଆମର ଅମାଶୟରେ ଗୋଟେ ଅଗ୍ନି ଜଳିଥାଏ ଯାହା ଆମ ଭୋଜନୁ ହଜମ କରାଇଥାଏ କିନ୍ତୁ ଯେତେବେଳେ ଆମେ ଖାଦ୍ୟ ଖାଇବା ପରେ ପାଣି ପିଅନ୍ତି ତେବେ ସେହି ଅଗ୍ନି ଯାହାକୁ ଜଠରାଗ୍ନି କୁହାଯାଏ, ତାହା ଲିଭି ଯାଇଥାଏ ଯେଉଁ କାରଣରୁ ଖାଦ୍ୟ ହଜମ ହୋଇନଥାଏ ଏବଂ ପଚିଯାଏ। ଯଦି ଖାଦ୍ୟ ପଚିବା ଆରମ୍ଭ ହୋଇଯାଏ ତେବେ ସର୍ବପ୍ରଥମେ ଗ୍ୟାସର ସମସ୍ୟା ଦେଖାଯିବ ଯାହା ଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ।

ଆପଣ ଆଜି ଠାରୁ ହିଁ ଖାଦ୍ୟ ଖାଇବା ସମୟରେ କିମ୍ବା ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବାର ଅଭ୍ୟାସ ଛାଡି ଦିଅନ୍ତୁ ଯାହା ଆପଣଙ୍କ ଶରୀର ଅନେକ ପ୍ରକାରର ରୋଗ ଠାରୁ ଦୂରେଇ ରହିପାରିବ। ପାଣି କେବଳ ସେତେବେଳେ ପିଅନ୍ତୁ ଯେତେବେଳେ ନିହାତି ଜରୁରୀ ଥିବ ନଚେତ ଖାଦ୍ୟ ଖାଇା ସମୟରେ ପାଣି ପିଅନ୍ତୁ ନାହିଁ।

KNews Bureau

Recent Posts

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

7 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

28 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

39 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago