Categories: News

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଜାମସେଦପୁର ଆସନ ଉପରେ ସମସ୍ତଙ୍କ ନଜର

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସରି ଯାଇଛି । ଏବେ ସମସ୍ତଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ଉପରେ । ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍‌ ଗ୍ରହଣ କରାଯିବ । ତେବେ ଏଥିମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରବଣ ଅଞ୍ଚଳରେ ରହିଛି । ପୁଣି ପ୍ରାୟ ୬ଟି ଆସନରେ ନାମୀଦାମୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଧାନସଭା ଅଧ୍ୟକ୍ଷ ପ୍ରଫେସର ଦୀନେଶ ରାଉଁ, ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନୀଳକଣ୍ଠ ସିଂହ ମୁଣ୍ଡା, ଜଳ ସମ୍ପଦ ମନ୍ତ୍ରୀ ରାମଚନ୍ଦ୍ର ସହିସ, ପୂର୍ବତନ ମନ୍ତ୍ରୀ ସରୟୁ ରାୟ, ବିଜେପି ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମଣ ଗିଲୁଆ ପ୍ରମୁଖ ମଇଦାନରେ ଅଛନ୍ତି । ପୂର୍ବରୁ ବିଜେପି ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସରୟୁ ରାୟ ଏଥର ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ରଘୁବରଙ୍କ ସହ ମୁକାବିଲା କରୁଛନ୍ତି । ତେଣୁ ଏହି ଆସନ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ଦୁହେଁ ଜାମସେଦପୁର ଆସନରେ ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ରଘୁବର ପାଞ୍ଚଥର ବିଧାୟକ ଭାବେ ଜିତି ଏଥର ଷଷ୍ଠଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଆସନ୍ତା ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ । ଏହି ପର୍ଯ୍ୟାୟର ୨୦ଟି ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ହାତରେ ୮ଟି ଜେଏମ୍‌ଏମ୍‌ ପାଖରେ ୮ଟି ଏବଂ ଆଜସୁ ହାତରେ ୨ ଓ କଂଗ୍ରେସ ପକ୍ଷରେ ଗୋଟିଏ ଆସନ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଏଥିରୁ ବିଜେପି କେତୋଟି ଆସନ ବଜାୟ ରଖି ପାରୁଛି ଦେଖିବାକୁ ବାକି ରହିଲା ।

KNews Bureau

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

20 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago