ନିଯୁକ୍ତି

ସଶସ୍ତ୍ର ସୀମା ବଳରେ ୧୬୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ସଶସ୍ତ୍ର ସୀମା ବଳରେ ଚାକିରି କରିବାର ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଟ୍ରେଡସମ୍ୟାନ, କନେଷ୍ଟବଳ, ହେଡ କନେଷ୍ଟବଳ, ଏଏସଆଇ ଏବଂ ସବ୍‌ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ  ssbrectt.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୮ ଜୁନ୍‌ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୬୩୯

ଜରୁରୀ ତାରିଖ : ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୮ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା :

ହେଡ କନେଷ୍ଟବଳ ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରେ ୧୦ମ୍‌ ପାସ୍‌ କରିଥିବା ଜରୁରୀ ।

କନେଷ୍ଟବଳ(ଡ୍ରେଡସମ୍ୟାନ) ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରେ ୧୦ମ୍‌ ପାସ୍‌ କରିଥିବା ଜରୁରୀ ।

ଏଏସଆଇ ପଦବୀ ପାଇଁ ବିଜ୍ଞାନରେ ୧୨ଶ ପାସ୍‌ କରିଥିବା ଜରୁରୀ ।

ଏଏସଓ(ଷ୍ଟେନୋ) : ପ୍ରାର୍ଥୀ ୧୨ଶ ପାସ୍‌ କରିବା ଜରୁରୀ ।

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ପଶୁ ଚିକିତ୍ସା) : ପଶୁ ଚିକିତ୍ସା ବିଜ୍ଞାନରେ ବ୍ୟାଚଲର ଡିଗ୍ରୀ ରଖିଥିବା ଜରୁରୀ ।

ସବ ଇନ୍ସପେକ୍ଟର(ଟେକ) : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ । ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ, ଦସ୍ତାବିଜ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟ ମାଧ୍ୟମରେ ହେବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନକାରୀ ୧୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, ପୂର୍ବତନ ସୈନିକ ଏବଂ ମହିଳାଙ୍କୁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।

ଏମିତି କରନ୍ତୁ ଆବେଦନ :

ପ୍ରଥମେ ଏସଏସବି ଅଫିସିଆଲ ୱେବସାଇଟ ssb.nic.inକୁ ଯାଆନ୍ତୁ ।

ହୋମପେଜରେ ଏସଏସବି ଭର୍ତ୍ତି ୨୦୨୩ ଲିଙ୍କ କ୍ଲିକ୍‌ କରନ୍ତୁ ।

ତା’ ପରେ ଅନଲାଇନ ଆବେଦନ ଲିଙ୍କ ଉପରେ କ୍ଲିକ କରନ୍ତୁ ।

ଏହାପରେ ଜରୁରୀ ଦସ୍ତାବିଜ ଅପଲୋଡ କରନ୍ତୁ ।

ଆବେଦନ ଶୁଳ୍କ କରିବା ପରେ ସବମିଟ୍‌ କରନ୍ତୁ ।

ଶେଷରେ ଏକ ପ୍ରିଣ୍ଟଆଉଟ କପି କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://applyssb.com/SSB_CT_23/applicationAfterIndex

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago