ସ୍ପେଶାଲ

୮୦ ବର୍ଷ ବୟସରେ ଲୋକଙ୍କୁ ଯୋଗାଉଛନ୍ତି ମାଗଣା ସେବା

ବୟସ ୮୦ ବର୍ଷ ହେଲାଣି । ଅଣ୍ଟା ନଇଁ ଗଲାଣି । ତୁଣ୍ଡରେ ତାଙ୍କର ଗୋଟାଏ ଶଦ୍ଦ ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ । ଆଜି ଯାଏଁ ଦିନେ ହେଲେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ନାହାଁନ୍ତି । କିନ୍ତୁ ପ୍ରତି ମୁହୁର୍ତ୍ତରେ ଜଗନ୍ନାଥଙ୍କ ନାଁ ସ୍ମରଣ କରୁଥାଆନ୍ତି । ଏ ବୟସରେ ମଧ୍ୟ ଲୋକଙ୍କ ସେବାରେ ନିଜକୁ ସମର୍ପଣ କରିଛନ୍ତି ।

ଏଇ ଭଙ୍ଗା କେବିନ୍‌ ଉପରେ ଟିକିଏ ନଜର ପକାନ୍ତୁ । ଆପଣ ଦେଖୁଥିବା ଏହି ବୃଦ୍ଧ ଜଣକ ଦୀର୍ଘ ୪୦ବର୍ଷ ହେବ ମାଗଣାରେ ସେବା କରି ଏବେ ଚର୍ଚ୍ଚାରେ l ଏ ବୟସ ରେ ବି ସେବା କରିବା ପାଇଁ ପଛେଇ ନାହାନ୍ତି ଏହି ବୃଦ୍ଧ ଜଣକ l ରାସ୍ତା କଡ଼ରେ ଦୀର୍ଘ ୪୦ବର୍ଷ ହେବ ଦୋକାନଟି କରି ବସିଛନ୍ତି l ରାସ୍ତାରେ ଯାଉଥିବା ବାଟୋଇଙ୍କୁ ଜୟ ଜଗନ୍ନାଥ କହି ସମସ୍ତଙ୍କୁ ବେଶ ଖୁସି ପାଇଥାନ୍ତି l ବୃଦ୍ଧ ବୟସ ରେ ବି ସେ କାହା ଉପରେ ନିର୍ଭର କରନ୍ତି ନାହିଁ ନିଜ କାମ ନିଜେ କରନ୍ତି l ଲୋକ ମାନେ ସମସ୍ତେ ଅତି ପ୍ରିୟ ରେ ତାଙ୍କୁ ଡାକିଥାନ୍ତି ଦାଢ଼ି ବାବା l

ଏ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁର ପଂଚାୟତର ବନ୍ତଳା ଗ୍ରାମ ର ସମସ୍ତ ଙ୍କ ଅତି ପ୍ରିୟ ନିରଞ୍ଜନ ସାମଲ । ସେ ଗ୍ରାମର ଏବଂ ଆଖ ପାଖ ଲୋକଙ୍କ ର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଯାହାର ହାତ ଗୋଡ଼ ଭାଙ୍ଗି ବା ସହିତ ଫୁଲା ଏବଂ ମକଚି ଯାଇଥାଏ, ତାକୁ ଏହି ଦାଢ଼ି ବାବା ତେଲ ମାଲିସ କରିବା ସହିତ ସେକ ଦେଇ ଚିକିତ୍ସା କରିଥାନ୍ତି l ଲୋକ ମାନେ ମଧ୍ୟ ଆସି ଚିକିତ୍ସିତ ହୋଇଥାନ୍ତି l ସବୁଠାରୁ ବଡ଼ କଥା ହେଲା ନିରଞ୍ଜନ ୮୦ବର୍ଷ ବୟସ ରେ ବେଶ ଖୁସି ହୋଇ ଲୋକ ମାନଙ୍କ ସେବା କରିବା ସହିତ କୌଣସି ଟଙ୍କା ନେଇ ନଥାନ୍ତି ଲୋକ ମାନଙ୍କ ଠାରୁ l ଏହି ସେବା ସେ ବିନା ମୂଲ୍ୟ ରେ ଦୀର୍ଘ ୪୦ବର୍ଷ ହେବ କରିଆସୁଥିବା କହିଛନ୍ତି ଗ୍ରାମ ବାସୀ ମାନେ l

ଏହି ଦାଢ଼ି ବାବାଙ୍କର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ସେବା କରିବା l ସେ ଲୋକଙ୍କ ସେବା କରି ବେଶ ଆନନ୍ଦିତ ହୋଇଥିବା କହିଥିଲେ ନିରଞ୍ଜନ l ନିରଞ୍ଜନ ସେ ସକାଳୁ ରାତି ପର୍ଯ୍ୟନ୍ତ ଯାହାକୁ ବି ଦେଖନ୍ତି ତାଙ୍କୁ ଜୟ ଜଗନ୍ନାଥ କହି ସମ୍ବୋଧନ କରିଥାନ୍ତି l ଆଉ ତାଙ୍କ ଭଲମନ୍ଦ ପଚାରି ବୁଝିଥାଆନ୍ତି । ତାଙ୍କର ଏହି କାମ ପାଇଁ ତାଙ୍କୁ ଗ୍ରାମର ଲୋକ ମାନେ ବେଶ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି l

KNews Bureau

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

4 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

4 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

5 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

8 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

8 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

9 hours ago