ସ୍ପେଶାଲ

ପେଶାରେ ଡ୍ରାଇଭର, ହେଲେ ନିଶା ହେଉଛି ଶୁଖିଲା ପଇଡରେ କଳାକୃତି ତିଆରି କରିବା

ବେଗୁନିଆ (କେନ୍ୟୁଜ): ଅଦରକାରୀ ଶୁଖିଲା ପଇଡ ହେଉ ଅବା ଗୋଟା ନଡିଆରେ ତିଆରି ହେଉଛି ଅନେକ ପ୍ରତିମୂର୍ତ୍ତି । ଦେବା ଦେବୀଙ୍କ ଠାରୁ ଆରମ୍ଭ କରି ମନ୍ଦିର, ମହାପୁରୁଷ ଇତ୍ୟାଦିଙ୍କ ପ୍ରତିଛବି ଅତ୍ୟନ୍ତ ନିଖୁଣ ଭାବେ ତାଙ୍କର ହାତର ଯାଦୁରେ ତିଆରି କରୁଛନ୍ତି ବୋଲଗଡ ବ୍ଲକ କପାସିଆ ଗାଁର ସଞ୍ଜୟ ପରିଡା । କେଉଁଠି ନା କେଉଁଠି ଶୁଖିଲା ହେଉ ଅବା କଞ୍ଚା ନଡିଆ ପଇଡଟେ ମିଳିଲେ ତାକୁ ଆଣି ବସି ପଡନ୍ତି ଛୋଟ ଛୋଟ କିଛି କଟର୍ ଏବଂ ବ୍ଲେଡ ମୁନ ଧରି । ଆଉ ଖୁବ କମ୍ ସମୟ ଭିତରେ ତିଆରି କରି ଦିଅନ୍ତି ଏପରି ପ୍ରତିମୂର୍ତ୍ତି ।

ଆଉ ଏଗୁଡିକ ଦେଖିବାକୁ ଯେପରି ସୁନ୍ଦର ସେପରି ଆକର୍ଷଣୀୟ ମଧ୍ୟ । ଅନେକ ଲୋକ ଏହାକୁ ଦେଖି ନେଇ ଘର ଏବଂ ଦୋକାନରେ ସଜାଇ ଶୋଭା ବର୍ଦ୍ଧନ କରିଥାନ୍ତି । ତେବେ ଏସବୁକୁ ଏଯାଏଁ ବିକ୍ରି କରି ଦୁଇ ପଇସା ରୋଜଗାର ଚିନ୍ତା କରି ନ ଥିବା ବେଳେ ନିଜ ଆଭ୍ୟନ୍ତରୀଣ କଳାକୃତିର ନିଶା ତାଙ୍କୁ ଖୁସି ଦେଉଛି ବୋଲି କୁହନ୍ତି ।

ସଞ୍ଜୟ ହେଉଛନ୍ତି ପେସାରେ ଜଣେ ଗାଡି ଡ୍ରାଇଭର । ପିଲାବେଳୁ କଳାପ୍ରତି ତାଙ୍କର ଥିଲା ବିଶେଷ ଆକର୍ଷଣ । ହେଲେ ଅଭାବି ଗରିବ ହେତୁ ପାଠ ପଢିପାରିଲେ ନାହିଁ ଆଉ ନାବାଳକରୁ ସାବାଳକ ହେବାପରେ ସମ୍ପର୍କୀୟଙ୍କ ସଂସ୍ପର୍ଷରେ ଆସି ଗାଡି ଡ୍ରାଇଭର ଭାବେ ଜୀବନ ବାଛିନେଲେ । ଆଉ ରୋଜଗାର କରି ଅଭାବି ପରିବାର ଚଳାଉଛନ୍ତି ।

ମନରେ କିନ୍ତୁ ଥିଲା କଳାକୃତିର ନିଶା । ତେବେ ଦୁଇବର୍ଷ ତଳେ ଗାଡିଧରି ଠିଆ ହୋଇଥିବା ସମୟରେ ଶୁଖିଲା ପଇଡଟେ ପାଇ ଆରମ୍ଭ କରିଥିଲେ ତାଙ୍କର କଳାର ଯାଦୁଗରୀ । ସେହିଦିନ ଠାରୁ କର୍ମମୟ ଜୀବନରେ ଟିକେ ବି ଫୁରସତ ମିଳିଲେ ବସିପଡନ୍ତି ତାଙ୍କର ଏହି ନିଶାରେ । ଆଉ ସେହିଦିନ ଠାରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ କଳାକୃତି ତିଆରି କରି ଅନେକ ଲୋକଙ୍କୁ ଦେଉଥିବା ବେଳେ ଏବେ ବ୍ୟବସାୟର ଲକ୍ଷ ରଖିଛନ୍ତି ।

ତାଙ୍କର ଏହି କଳାକୃତି ଲୋକ ଲୋଚନକୁ ଆସିବା ସହିତ ସ୍ଥାନୀୟ ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେଲେ ସଞ୍ଜୟ ଏହାକୁ ବୃତ୍ତି କରି ରୋଜଗାର ପାଇ ପାରିବେ। ଏଥିସହିତ ବୋଲଗଡ ଅଞ୍ଚଳରେ ଆହୁରି ଅନେକ କଳାକାର ସୃଷ୍ଟି ହୋଇପାରିବେ ।

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

1 hour ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

4 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

4 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

4 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

5 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

5 hours ago