Below header

ପେଶାରେ ଡ୍ରାଇଭର, ହେଲେ ନିଶା ହେଉଛି ଶୁଖିଲା ପଇଡରେ କଳାକୃତି ତିଆରି କରିବା

ସଞ୍ଜୟ ହେଉଛନ୍ତି ପେସାରେ ଜଣେ ଗାଡି ଡ୍ରାଇଭର । ପିଲାବେଳୁ କଳାପ୍ରତି ତାଙ୍କର ଥିଲା ବିଶେଷ ଆକର୍ଷଣ । ହେଲେ ଅଭାବି ଗରିବ ହେତୁ ପାଠ ପଢିପାରିଲେ ନାହିଁ ଆଉ ନାବାଳକରୁ ସାବାଳକ ହେବାପରେ ସମ୍ପର୍କୀୟଙ୍କ ସଂସ୍ପର୍ଷରେ ଆସି ଗାଡି ଡ୍ରାଇଭର ଭାବେ ଜୀବନ ବାଛିନେଲେ । ଆଉ ରୋଜଗାର କରି ଅଭାବି ପରିବାର ଚଳାଉଛନ୍ତି ।

ବେଗୁନିଆ (କେନ୍ୟୁଜ): ଅଦରକାରୀ ଶୁଖିଲା ପଇଡ ହେଉ ଅବା ଗୋଟା ନଡିଆରେ ତିଆରି ହେଉଛି ଅନେକ ପ୍ରତିମୂର୍ତ୍ତି । ଦେବା ଦେବୀଙ୍କ ଠାରୁ ଆରମ୍ଭ କରି ମନ୍ଦିର, ମହାପୁରୁଷ ଇତ୍ୟାଦିଙ୍କ ପ୍ରତିଛବି ଅତ୍ୟନ୍ତ ନିଖୁଣ ଭାବେ ତାଙ୍କର ହାତର ଯାଦୁରେ ତିଆରି କରୁଛନ୍ତି ବୋଲଗଡ ବ୍ଲକ କପାସିଆ ଗାଁର ସଞ୍ଜୟ ପରିଡା । କେଉଁଠି ନା କେଉଁଠି ଶୁଖିଲା ହେଉ ଅବା କଞ୍ଚା ନଡିଆ ପଇଡଟେ ମିଳିଲେ ତାକୁ ଆଣି ବସି ପଡନ୍ତି ଛୋଟ ଛୋଟ କିଛି କଟର୍ ଏବଂ ବ୍ଲେଡ ମୁନ ଧରି । ଆଉ ଖୁବ କମ୍ ସମୟ ଭିତରେ ତିଆରି କରି ଦିଅନ୍ତି ଏପରି ପ୍ରତିମୂର୍ତ୍ତି ।

ଆଉ ଏଗୁଡିକ ଦେଖିବାକୁ ଯେପରି ସୁନ୍ଦର ସେପରି ଆକର୍ଷଣୀୟ ମଧ୍ୟ । ଅନେକ ଲୋକ ଏହାକୁ ଦେଖି ନେଇ ଘର ଏବଂ ଦୋକାନରେ ସଜାଇ ଶୋଭା ବର୍ଦ୍ଧନ କରିଥାନ୍ତି । ତେବେ ଏସବୁକୁ ଏଯାଏଁ ବିକ୍ରି କରି ଦୁଇ ପଇସା ରୋଜଗାର ଚିନ୍ତା କରି ନ ଥିବା ବେଳେ ନିଜ ଆଭ୍ୟନ୍ତରୀଣ କଳାକୃତିର ନିଶା ତାଙ୍କୁ ଖୁସି ଦେଉଛି ବୋଲି କୁହନ୍ତି ।

paida

ସଞ୍ଜୟ ହେଉଛନ୍ତି ପେସାରେ ଜଣେ ଗାଡି ଡ୍ରାଇଭର । ପିଲାବେଳୁ କଳାପ୍ରତି ତାଙ୍କର ଥିଲା ବିଶେଷ ଆକର୍ଷଣ । ହେଲେ ଅଭାବି ଗରିବ ହେତୁ ପାଠ ପଢିପାରିଲେ ନାହିଁ ଆଉ ନାବାଳକରୁ ସାବାଳକ ହେବାପରେ ସମ୍ପର୍କୀୟଙ୍କ ସଂସ୍ପର୍ଷରେ ଆସି ଗାଡି ଡ୍ରାଇଭର ଭାବେ ଜୀବନ ବାଛିନେଲେ । ଆଉ ରୋଜଗାର କରି ଅଭାବି ପରିବାର ଚଳାଉଛନ୍ତି ।

ମନରେ କିନ୍ତୁ ଥିଲା କଳାକୃତିର ନିଶା । ତେବେ ଦୁଇବର୍ଷ ତଳେ ଗାଡିଧରି ଠିଆ ହୋଇଥିବା ସମୟରେ ଶୁଖିଲା ପଇଡଟେ ପାଇ ଆରମ୍ଭ କରିଥିଲେ ତାଙ୍କର କଳାର ଯାଦୁଗରୀ । ସେହିଦିନ ଠାରୁ କର୍ମମୟ ଜୀବନରେ ଟିକେ ବି ଫୁରସତ ମିଳିଲେ ବସିପଡନ୍ତି ତାଙ୍କର ଏହି ନିଶାରେ । ଆଉ ସେହିଦିନ ଠାରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ କଳାକୃତି ତିଆରି କରି ଅନେକ ଲୋକଙ୍କୁ ଦେଉଥିବା ବେଳେ ଏବେ ବ୍ୟବସାୟର ଲକ୍ଷ ରଖିଛନ୍ତି ।

ତାଙ୍କର ଏହି କଳାକୃତି ଲୋକ ଲୋଚନକୁ ଆସିବା ସହିତ ସ୍ଥାନୀୟ ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେଲେ ସଞ୍ଜୟ ଏହାକୁ ବୃତ୍ତି କରି ରୋଜଗାର ପାଇ ପାରିବେ। ଏଥିସହିତ ବୋଲଗଡ ଅଞ୍ଚଳରେ ଆହୁରି ଅନେକ କଳାକାର ସୃଷ୍ଟି ହୋଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.