‘ବିଗ ବି’ ଅମିତାଭ ବଚ୍ଚନ ସେୟାର କରିଲେ ନିଜର AI ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବଲିଉଡ 'ବିଗ ବି' ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ । ସେ ସବୁବେଳେ କିଛି ନା କିଛି ସେୟାର କରୁଥାନ୍ତି । ଏବେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର AI ଫଟୋ ସେୟାର କରିଛନ୍ତି ।

ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ‘ବିଗ ବି’ ତାଙ୍କର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ଅମିତାଭ ବଚ୍ଚନ ତାଙ୍କ ଫିଲ୍ମ ବିଷୟରେ ମଧ୍ୟ ଖବର ଦିଅନ୍ତି । ଏବେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର AI ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନମାନେ ବହୁତ ପସନ୍ଦ କରଛନ୍ତି । କିନ୍ତୁ କିଛି ଫ୍ୟାନ୍ସ କହିଛନ୍ତି ଯେ ଏଆଇ କୌଣସି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରି ନାହିଁ ।

ଅମିତାଭ ପ୍ରତିଦିନ ନିଜ ଫ୍ୟାନ୍ସଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥାନ୍ତି । ଫ୍ୟାନମାନେ ମଧ୍ୟ ‘ବିଗ ବି’ଙ୍କ ପୋଷ୍ଟକୁ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଅମିତାଭ ବଚ୍ଚନ ନିଜ AI ଫଟୋ ସେୟାର କରି ଲେଖିଛନ୍ତି – AI ଜିନ୍ଦାବାଦ । ଫଟୋରେ ବିଗ ବି କଳା ଏବଂ ଧଳା ସୁଟରେ ବହୁତ ହାଣ୍ଡସମ୍ ଦେଖାଯାଉଛନ୍ତି । ଏହା ସହିତ ସେ ଏକ ପୋଲ୍କା ଡଟ୍ ଟାଇ ପିନ୍ଧିଛନ୍ତି । ଏହି ଲୁକକୁ ‘ବିଗ୍ ବି’ ଏକ ସ୍କୋୟାର ସେପ୍ ଚଷମା ସହିତ କମ୍ପ୍ଲିଟ କରିଛନ୍ତି । ଏହି ଫଟୋର ବିଶେଷ କଥା ହେଉଛି ଏଥିରେ ଅମିତାଭ ବଚ୍ଚନଙ୍କ ଆଖି ବ୍ଲୁ କଲରର ରହିଛି ।

 

 

View this post on Instagram

 

A post shared by Amitabh Bachchan (@amitabhbachchan)

ଅମିତାଭଙ୍କ ଏହି ପୋଷ୍ଟରେ ଜଣେ ଫ୍ୟାନ କମେଣ୍ଟ ଦେଇଛନ୍ତି – ଏହା ଏକ ପେଣ୍ଟିଂ ଭଳି ଦେଖାଯାଉଛି । ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି- ମୁଁ ଏହା ଅପେକ୍ଷା ଭଲ ଡ୍ରଇଂ କରିପାରିବି, ଆପଣ ମୋ ପ୍ରୋଫାଇଲରେ ଦେଖିପାରିବେ । ଅନ୍ୟ ଜଣେ ଲେଖିଛନ୍ତି – ଏବି ଜିନ୍ଦାବାଦ। ଜଣେ ୟୁଜର ଲେଖିଛନ୍ତି- ସାର୍, ଆପଣ AI ଅପେକ୍ଷା ସାଧାରଣ ଫଟୋରେ ଅଧିକ ଭଲ ଦେଖାଯାଉଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗଣପତି’ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ସେ ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବିଗ୍ ବି ଖୁବ୍ ଶୀଘ୍ର ‘କଲକି ୨୮୯୮’ ରେ ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ । ଏହି ଫିଲ୍ମରୁ ଅମିତାଭଙ୍କ ଲୁକ୍ ମଧ୍ୟ ପ୍ରକାଶ ପାଇଛି । ଦୀର୍ଘ ସମୟ ପରେ ଅମିତାଭ ବଚ୍ଚନ ରଜନୀକାନ୍ତଙ୍କ ସହ ଏକ ଫିଲ୍ମରେ ଆସିବାକୁ ଯାଉଛନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.