ସ୍ପେଶାଲ

ନଦୀରେ କୁମ୍ଭୀର ସହ ପହଁରିଲେ ଯୁବକ, ମୁହଁ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ହେଲା କିଛି ଏମିତି

ଅନେକ ଯାତ୍ରୀଙ୍କ ପାଇଁ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଛିଡା ରହିବା ଏବଂ ବୁଲିବା ଖୁବ୍‌ ସୁନ୍ଦର ଅଭିଜ୍ଞତା ହୋଇପାରେ। ସେହିଭଳି ଡଲଫିନ୍‌ ସହ ପାଣିରେ ମଜା ଉଠାଇବାରେ ମଧ୍ୟ ଅନେକ ଯାତ୍ରୀଙ୍କ ଭଲ ଅନୁଭବ ରହିଥାଏ। ଅନେକ ସ୍ଥାନରେ ଜଙ୍ଗଲୀ ସୁଅର ସହ ମଧ୍ୟ ଲୋକମାନେ ସମୁଦ୍ରରେ ବୁଡିଥାନ୍ତି। ସେହିଭଳି ଯଦି ଆପଣ କେବେ ମାଲେସିଆ ଆସନ୍ତି ତେବେ ଏଠାରେ ଆପଣ ସମୁଦ୍ର କଇଁଚ ସହ ପାଣିରେ ମଜା ନେଉଥିବାର ଦେଖିବାକୁ ପାଇବେ। କିନ୍ତୁ କୁମ୍ଭୀର ସହ ପାଣିରେ ମଜା ଉଠାଇବାର କଥା ଶୁଣିବା ମାତ୍ରେ ହିଁ ଡର ଲାଗିଥାଏ। କାରଣ ମଗରମାଛ ବିନମ୍ର କିମ୍ବା ଚଞ୍ଚଳ ସ୍ୱଭାବର ହୋଇନଥାଏ।

ସୂଚନା ମୁତାବକ ଜଣେ ବ୍ୟକ୍ତି ମଗରମାଛ ସହ ପହଁରିବା ପାଇଁ ନଦୀକୁ ଡେଇଁ ପଡିଥିଲେ। ଆରମ୍ଭରେ ତ ବ୍ୟକ୍ତି ଜଣକ ଅତ୍ୟନ୍ତ ଖୁସିର ସହ ପାଣିରେ ପହଁରିଥିଲେ କିନ୍ତୁ ଶେଷ ବେଳକୁ ଏହି ଦୃଶ୍ୟ ଖୁବ୍‌ ଭୟାନକ ଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଦୁଇଟି କୁମ୍ଭୀର ସହ ପାଣିରେ ପହଁରୁଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ନଦୀକୁ ଡେଇଁବା ପରେ ଗୋଟିଏ କୁମ୍ଭୀର ତାଙ୍କ ନିକଟକୁ ଆସିବା ଦେଖି ସେ ହସିଥିଲେ କିନ୍ତୁ କିଛି ସେକେଣ୍ଡ ପରେ ଉକ୍ତ ବ୍ୟକ୍ତି ଜଣକଙ୍କ ହସ ହଜିଯାଇଥିଲା। କାରଣ କୁମ୍ଭୀରଟି ଉକ୍ତ ଯୁବକଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାଫଳରେ ବ୍ୟକ୍ତି ଜଣକ ବହୁତ ଜୋରରେ ଚିଲେଇବା ସହ ପାଣି ଭିତରୁ ବାହାରକୁ ଚାଲିଆସିଥିଲେ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ମ୍ୟୁଜିକ୍‌ ଆର୍ଟିଷ୍ଟ ଟୁଂଡେ ଏଡନଟ ସେୟାର କରିଛନ୍ତି, ଯାହାକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨ ହଜାରରୁ ଅଧିକ ଲାଇକ୍‌ ଏବଂ ୬୦୦ ରୁ ଅଧିକ ଥର ରି-ଟ୍ଵିଟ ମଧ୍ୟ କରାଯାଇଛି।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

6 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

21 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

40 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

56 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago