ରାଜ୍ୟ

ଲକଡାଉନର ଭରପୁର ଫାଇଦା ଉଠାଇଲେ ସମ୍ବଲପୁର ଝିଅ ମିମାଂସା,ଅନଲାଇନ୍‌ ସୁନ୍ଦରୀ ପ୍ରତିଯୋଗିତାରେ ହାସଲ କଲେ ୫ମ ସ୍ଥାନ

ସମ୍ବଲପୁର(କେନ୍ୟୁଜ୍‌): ଦୀର୍ଘ ୬ ମାସ ହେବ ସାରା ଭାରତ ଲକଡାଉନ ଯୋଗୁଁ ସବୁ ବନ୍ଦ ରହିଥିଲା। ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ ସହ ମନରୋଞ୍ଜନର ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି। ହେଲେ ବହୁ ଲୋକ ଏହି ସମୟର ସଦୁପଯୋଗ କରିପାରିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀ ମିମାଂସା ପ୍ରିୟଦର୍ଶିନୀ ରଥ ଏହାର ବେସ ଲାଭ ଉଠାଇପାରିଛନ୍ତି। ଘରେ ବସି ନେଟ ସର୍ଚ୍ଚ କରିବା ସମୟରେ ଅପେରା ମିସ ଅନଲାଇନ କୁଇନ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ କରିଥାଏ ଅପେରା।

ସୂଚନା ମୁତାବକ ଚଳିତ ବର୍ଷ କୋଭିଡ ପାଇଁ ଅନଲାଇନରେ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ଏବଂ ଅଷ୍ଟ୍ରେଲିଆର ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ଫାଇନାଲ ରାଉଣ୍ଡ ସେପ୍ଟେମ୍ବର ୨୦ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ୫୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ର‍୍ୟାମ୍ଫ ଓ୍ଵାର୍କ, ଇଣ୍ଟ୍ରଡସ୍କନ୍‌ ରାଉଣ୍ଡ( introduction round), ପ୍ରଶ୍ନ ଉତ୍ତର ରାଉଣ୍ଡ( question answer round)ହୋଇଥିଲା। ଏସବୁ ରାଉଣ୍ଡରେ ପାସ୍‌ ହୋଇ ମିମାଂସା ଟପ୍‌ ୫କୁ ପହଞ୍ଚିଥିଲେ। ରିପୋର୍ଟ ଅନୁଯାୟୀ ଆସନ୍ତା ନଭେମ୍ବର ୧ ରେ ଆନ୍ତର୍ଜାତୀୟ ଅପେରା ଫ୍ୟାସନ ସୋ’ ୨୦୨୦ ଅନୁଷ୍ଠିତ ହେବ। ଏହି ସୋ’ରେ ସଫଳ ହେଲେ ମଡେଲିଂ କ୍ଷେତ୍ରରେ ଆଗକୁ ଯିବାର ସୁଯୋଗ ମିଳିବ ବୋଲି ସୂଚନା ମିଳିଛି।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

10 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

26 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

35 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago