ଲକଡାଉନର ଭରପୁର ଫାଇଦା ଉଠାଇଲେ ସମ୍ବଲପୁର ଝିଅ ମିମାଂସା,ଅନଲାଇନ୍‌ ସୁନ୍ଦରୀ ପ୍ରତିଯୋଗିତାରେ ହାସଲ କଲେ ୫ମ ସ୍ଥାନ

ସମ୍ବଲପୁର(କେନ୍ୟୁଜ୍‌): ଦୀର୍ଘ ୬ ମାସ ହେବ ସାରା ଭାରତ ଲକଡାଉନ ଯୋଗୁଁ ସବୁ ବନ୍ଦ ରହିଥିଲା। ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ ସହ ମନରୋଞ୍ଜନର ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି। ହେଲେ ବହୁ ଲୋକ ଏହି ସମୟର ସଦୁପଯୋଗ କରିପାରିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀ ମିମାଂସା ପ୍ରିୟଦର୍ଶିନୀ ରଥ ଏହାର ବେସ ଲାଭ ଉଠାଇପାରିଛନ୍ତି। ଘରେ ବସି ନେଟ ସର୍ଚ୍ଚ କରିବା ସମୟରେ ଅପେରା ମିସ ଅନଲାଇନ କୁଇନ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ କରିଥାଏ ଅପେରା।

queenସୂଚନା ମୁତାବକ ଚଳିତ ବର୍ଷ କୋଭିଡ ପାଇଁ ଅନଲାଇନରେ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ଏବଂ ଅଷ୍ଟ୍ରେଲିଆର ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ଫାଇନାଲ ରାଉଣ୍ଡ ସେପ୍ଟେମ୍ବର ୨୦ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ୫୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ର‍୍ୟାମ୍ଫ ଓ୍ଵାର୍କ, ଇଣ୍ଟ୍ରଡସ୍କନ୍‌ ରାଉଣ୍ଡ( introduction round), ପ୍ରଶ୍ନ ଉତ୍ତର ରାଉଣ୍ଡ( question answer round)ହୋଇଥିଲା। ଏସବୁ ରାଉଣ୍ଡରେ ପାସ୍‌ ହୋଇ ମିମାଂସା ଟପ୍‌ ୫କୁ ପହଞ୍ଚିଥିଲେ। ରିପୋର୍ଟ ଅନୁଯାୟୀ ଆସନ୍ତା ନଭେମ୍ବର ୧ ରେ ଆନ୍ତର୍ଜାତୀୟ ଅପେରା ଫ୍ୟାସନ ସୋ’ ୨୦୨୦ ଅନୁଷ୍ଠିତ ହେବ। ଏହି ସୋ’ରେ ସଫଳ ହେଲେ ମଡେଲିଂ କ୍ଷେତ୍ରରେ ଆଗକୁ ଯିବାର ସୁଯୋଗ ମିଳିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.