Below header

ପହଁରା ଶିଖାଇବା ପାଇଁ ୧ ବର୍ଷର ଶିଶୁକୁ ପୁଲ ଭିତରକୁ ଫିଙ୍ଗିଦେଲେ ସ୍ୱିମିଙ୍ଗ କୋଚ, ତା’ପରେ କ’ଣ ହେଲା ଜାଣନ୍ତୁ

ପହଁରା ଶିଖାଇବା ବେଳେ ସ୍ୱିମିଙ୍ଗ ଇନଷ୍ଟ୍ରକ୍ଟର ଜଣେ ୧ ବର୍ଷର ଶିଶୁକୁ ପୁଲରେ ଫିଙ୍ଗିଦେବାର ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଆମେରିକାର ସ୍ୱିମିଙ୍ଗ କୋଚ ଶାନନ ଟିକଟକରେ ଅପଲୋଡ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ଯେତେବେଳେ ସ୍ୱିମିଙ୍ଗ ଇନଷ୍ଟ୍ରକ୍ଟର ଶିଶୁଟିକୁ ଫିଙ୍ଗିଦେଉଛନ୍ତି, ସେତେବେଳେ ଶିଶୁଟି କାନ୍ଦିବାକୁ ଲାଗୁଛି ଏବଂ ନିଶ୍ୱାସ ନେବା ପାଇଁ ନିଜ ମୁଁହକୁ ପାଣିରୁ ଉପରକୁ କରିଦେଉଛି।

kk

ସ୍ୱିମିଙ୍ଗ ଶିଖାଉଥିବା ଏହି ମହିଳା ଶିଶୁର ଡ୍ରେସ ଏବଂ ଜୋତା ବି ବାହାର କରି ନ ଥିଲେ। ତେବେ ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ମହିଳା ଜଣକ ଶିଶୁକୁ ସ୍ୱିମିଙ୍ଗ ଶିଖାଇବା ପାଇଁ ଏହିପରି ଉପାୟ ଆପଣାଇଥିଲେ। ଆମେରିକାରେ ଏହିପରି ସ୍ୱିମିଙ୍ଗ କରିବା ସାମାନ୍ୟ କଥା। ବୁଡ଼ିବାରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କୁ ଏହି ଟ୍ରିକ ଶିଖାଯାଇଥାଏ, ଯାହାକୁ Survival Swimming Skill କୁହାଯାଇଥାଏ।

ff

ଶାନନ ଶିଶୁକୁ ପାଣିରେ ଫିଙ୍ଗିବା ପରେ ତା’ର ମୁଁହ ପାଣି ଭିତରକୁ ଚାଲିଯାଇଥିଲା। ଏହି ସମୟରେ ସେ ପାଣିରୁ ବଞ୍ଚିବା ପାଇଁ ହାତ, ଗୋଡ଼ ହଲାଇଥିଲା ଏବଂ ନିଶ୍ୱାସ ନେବା ପାଇଁ ମୁଁହକୁ ଉପରକୁ କରିଦେଇଥିଲା। ଏପରିକି ଶିଶୁଟି ହାତ, ଗୋଡ଼ ହଲାଇ କୂଳ ଆଡ଼କୁ ପହଁରିଥିଲା। ଘଣ୍ଟା ଦେଖି ପାଖାପାଖି ୩୦ ସେକେଣ୍ଡ ପରେ ଶାନନ ଶିଶୁକୁ କୋଳକୁ ଉଠାଇ ଆଣିଥିଲେ। ଏହି ଟିକ ଟକ ଭିଡ଼ିଓରେ ଶାନନ କ୍ୟାପସନ ଲେଖିଥିଲେ, Crying = Breathing। ଅର୍ଥାତ ଶିଶୁ ଯେତେ କାନ୍ଦିବ, ସେହିଭଳି ନିଶ୍ୱାସ ବି ନେବ। ତେବେ ଏହି ଭିଡ଼ିଓ ଦେଖିବା ଏତେ ବି ସହଜ ନୁହେଁ, କାରଣ, ଶିଶୁଟି ବହୁତ ଜୋରରେ କାନ୍ଦୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.