ସ୍ପେଶାଲ

ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଠାରୁ ନିଜକୁ ଦୂରେଇବା ପାଇଁ ଜୈନ ସମୁଦାୟର ନିଆରା ପ୍ରୟାସ, ୨୪ ଘଣ୍ଟା ପାଇଁ କଲେ ଡିଜିଟାଲ ଉପବାସ

ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଫୋନ୍ ନିଶା ସାଧାରଣ ହୋଇଗଲାଣି। ପିଲା ହୁଅନ୍ତୁ କିମ୍ବା ବୟସ୍କ ଏହାର ବ୍ୟବହାର ବିନା ଯେ କେହି ବି ବଞ୍ଚିପାରିବେ ନାହିଁ । ଏହି ନିଶା କ୍ଷତିକାରକ ଠାରୁ କମ୍ ନୁହେଁ। କାରଣ ମୋବାଇଲ ଇଣ୍ଟରନେଟ୍ ଆଜିର ଦୁନିଆରେ ଏତେ ଆବଶ୍ୟକୀୟ ହୋଇପଡ଼ିଛି ଯେ କଲ୍ କରିବା ଠାରୁ ଆରମ୍ଭ କରି ଟଙ୍କା ପଠାଇବା ପର୍ଯ୍ୟନ୍ତ ପୁଣି ଫଟୋ ହେଉ କିମ୍ବା ଇଣ୍ଟରନେଟ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ । ସବୁକାମରେ ବ୍ୟବହାର ହେଉଛି ମୋବାଇଲ । ଏହି ମୋବାଇଲ ଇଣ୍ଟରନେଟ୍ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଗଲାଣି । ଏହାର ଅନେକ କୁପ୍ରଭାବ ମଧ୍ୟ ପଡ଼ିବାରେ ଲାଗିଛି । ତେବେ ଏହାର ଅପକାରିତାକୁ ଧ୍ୟାନରେ ରଖି ଜୈନ ସମୁଦାୟର କିଛି ବ୍ୟକ୍ତି ଡିଜିଟାଲ ଉପବାସ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସାଧାରଣତଃ କୌଣସି ମନୋସ୍କାମନା ପୂରଣ ପାଇଁ ଆମେ ଉପବାସ କରିଥାଉଁ । କେହି କୌଣସି କାମରେ ସଫଳତା ପାଇଁ ତ’ ପୁଣି ଘରେ ସୁଖ ଶାନ୍ତି ପାଇଁ ଉପବାସ ରଖିଥାନ୍ତି । ଭଗବାନଙ୍କ ସାନିଧ୍ୟ ଲାଭ ପାଇଁ ବିଭିନ୍ନ ପୂଜା ପର୍ବାଣୀରେ ଲୋକମାନେ ଉପବାସ କରିଥାନ୍ତି । କିନ୍ତୁ କ’ଣ ଆପଣ କେବେ ଡିଜିଟାଲ ଉପବାସ (Digital Fasting) କଥା ଶୁଣିଛନ୍ତି କି? ଏବେ ଏହି ଡିଜିଟାଲ ଉପବାସକୁ ନେଇ ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ ରାଇସେନ୍ ଜିଲ୍ଲାର ବେଗମଗଞ୍ଜରେ ଇଣ୍ଟରନେଟ୍ ନିଶାରୁ ମୁକ୍ତି ପାଇବା ପାଇଁ ପର୍ୟୁଷଣ ପର୍ବରେ ଜୈନ ସମୁଦାୟର ପ୍ରାୟ ୧୦୦୦ ଲୋକ ଇଣ୍ଟରନେଟରୁ ମୁକ୍ତ ପାଇବା ପାଇଁ “ଉପବାସ” କରିଥିଲେ। ଯାହାର ଲକ୍ଷ୍ୟ ଥିଲା ଏହିସବୁ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଠାରୁ ଗୋଟିଏ ଦିନ ଦୂରରେ ରହିବା । ଏହି ନିଆରା କାର୍ଯ୍ୟକ୍ରମରେ ନିଆରା କାର୍ଯକ୍ରମ କରିଥିଲେ ଜୈନ ସମୁଦାୟ ଏହି ବ୍ୟକ୍ତିମାନେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ମେମ୍ବର ସେମାନଙ୍କର ସ୍ମାର୍ଟଫୋନକୁ ପୂରା ୨୪ ଘଣ୍ଟା ପାଇଁ ଦୂରରେ ରଖିଥିଲେ ।

ପର୍ୟୁଷଣ ପର୍ବ ହେଉଛି ଜୈନ ସମୁଦାୟଙ୍କ ଏକ ମୁଖ୍ୟ ପର୍ବ ଯାହା ପ୍ରତିବର୍ଷ ଆୟୋଜନ କରାଯାଇଥାଏ । ଏହି ପର୍ବ ପାଳନ କଲେ ଆତ୍ମଶୁଦ୍ଧି, ଆନ୍ତରିକ ଶାନ୍ତି ଏବଂ ଆଧ୍ୟାତ୍ମିକ ବିକାଶ ହୋଇଥାଏ । ସମୁଦାୟର ମେମ୍ବରମାନେ ଏହି ପର୍ବରେ ଯୋଗଦେଇ ଉପବାସ କରିବା ସହ ପୂଜା ଏବଂ ଅନ୍ୟାନ୍ୟ ରୀତିନୀତିରେ ସାମିଲ ହେଇଥାନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଜିକାଲି ଶିଶୁ-ଯୁବକ-ଯୁବତୀମାନେ ଦିନସାରା ମୋବାଇଲରେ ଅନଲାଇନରେ ରହୁଛନ୍ତି | ଏହି ଉପବାସକୁ ନେଇ ସହରରେ ମଧ୍ୟ ଆଲୋଚନା ହେଉଛି ଯେ କିଛି ଲୋକ କହୁଛନ୍ତି ଯେ ବର୍ତ୍ତମାନ ଆମେ ମାସରେ ଥରେ ଇ-ଉପବାସ କରିବୁ ।

Barsha

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

11 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

29 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

35 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

40 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

49 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago