ସ୍ପେଶାଲ

ନିଜ ପିଲାଙ୍କୁ ହରାଇବା ପରେ ଘୁଷୁରୀ ଛୁଆଙ୍କୁ ପାଳୁଛି ବାଘୁଣୀ, ନିଜ ସନ୍ତାନ ଭଳି ନେଉଛି ଯତ୍ନ

ପ୍ରସବ ବେଳେ ନିଜ ପିଲାଙ୍କୁ ହରାଇଥିବା ଏକ ବାଘୁଣୀ ପାଇଁ ଏବେ ସାହାରା ପାଲଟିଛନ୍ତି କିଛି ଘୁଷୁରୀ ଛୁଆ। ବିଶ୍ୱାସ ହେଉନଥିଲେ ବି ଏହା ସତ।

କାଲିଫର୍ଣ୍ଣିଆ ଚିଡ଼ିଆଖାନାରେ ଏଭଳି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି। ଯାହା କିଛି ଦିନ ତଳର ହୋଇଥିଲେ ବି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଠାରେ ଏକ ବାଘୁଣୀ ନିଜ ସନ୍ତାନଙ୍କୁ ହରାଇବା ପରେ ଘୁଷୁରୀଙ୍କୁ ନିଜ ଛୁଆ ଭଳି ପାଳୁଥିବା ଦେଖାଯାଇଛି। ଯାହାର ଫଟୋ ଚିଡ଼ିଆଖାନା କର୍ତ୍ତୃପକ୍ଷ ସେୟାର କରିଛନ୍ତି।

ସୂଚନାନୁଯାୟୀ, କାଲିଫର୍ଣ୍ଣିଆ ଚିଡ଼ିଆଖାନାରେ ଏକ ବାଘୁଣୀ ଗର୍ଭବତୀ ଥିଲା। କିନ୍ତୁ ପ୍ରସବ ବେଳେ କମ୍‌ ଓଜନ ଥିବାରୁ ତା’ର ସମସ୍ତ ଛୁଆଙ୍କ ମୃତ୍ୟୁ ଘଟିଥିଲା। ଛୁଆମାନେ ମରିଯିବା ପରେ ବାଘୁଣୀଟି ଅତ୍ୟନ୍ତ ଦୁଃଖିତ ହୋଇ ଖାଇବା ପିଇବା ବି ଛାଡ଼ି ଦେଇଥିଲା।

କ୍ରମେ ତା ଶରୀର କ୍ଷୀଣ ହେବାକୁ ଲାଗିଲା। ବାଘୁଣୀର ଜୀବନ ବଞ୍ଚାଇବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏକ ଯୋଜନା କଲେ । କିଛି ଘୁଷୁରୀ ଛୁଆଙ୍କୁ ବାଘର ଚମଡ଼ା ଭଳି ପୋଷାକ ପିନ୍ଧାଇ ସେମାନଙ୍କୁ ବାଘୁଣୀ ପାଖରେ ଛାଡ଼ିଥିଲେ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ବାଘୁଣୀ ମଧ୍ୟ ଘୁଷୁରୀ ଛୁଆଙ୍କୁ ନିଜ ଛୁଆ ବୋଲି ଧରି ନେଇଥିଲା। କେବଳ ଏତିକି ନୁହେଁ, ସେ ଏହି ଛୁଆଙ୍କ ସହ ଖେଳୁ ବି ଥିଲା ଓ ଯତ୍ନ ନେଉଥିଲା।

ଘୁଷୁରୀମାନେ ବାଘୁଣୀରୁ ସ୍ନେହ ପାଇ ନିର୍ଭୟ ଭାବେ କେତେବେଳେ ତା’ ପରେ ଚଢ଼ୁଥିଲେ ତ ଆଉ କେତେବେଳେ କୋଳରେ ଶୋଉଥିଲେ, ଯାହା ଦେଖି ଚିଡ଼ିଆଖାନା କର୍ତ୍ତୃପକ୍ଷ ବି ଖୁବ୍‌ ଖୁସି ହୋଇଛନ୍ତି। ଏହା ଏବେ ଚିଡ଼ିଆଖାନାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

WCW 11

Recent Posts

ଆପଣଙ୍କ Android Phone ସ୍ଲୋ କାମ କରୁଛି କି? ଆପଣାନ୍ତୁ ଏହି ସବୁ ଟିପ୍ସ

ଯେତେବେଳେ ଆମେ ପୁରୁଣା ଫୋନ୍ ବ୍ୟବହାର କରୁ, ଆମର ଆଣ୍ଡ୍ରଏଡ୍ ଫୋନର ସ୍ପିଡ ଧୀରେ ଧୀରେ ସ୍ଲୋ ହୋଇଯାଏ ।…

22 mins ago

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ କଲେ ବିଜେପିର ୫ ବରିଷ୍ଠ ନେତା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

32 mins ago

NTA କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୮ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

NEET ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି । NEET କାଉନସେଲିଂ ଉପରେ ରୋକ୍…

41 mins ago

ନିଜ ଜନ୍ମଦିନରେ ୭୭ ପାଉଣ୍ଡ୍‌ର କେକ୍‌ କାଟିବେ ଲାଲୁ ଯାଦବ, ପରିବାର ସହ ମଧ୍ୟରାତ୍ରିରେ ପାଳିଲେ ବାର୍ଥ ଡେ’

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଆଜି ୭୭ତମ ଜନ୍ମଦିନ…

48 mins ago

ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, କାଲି ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ନେବେ ନୂଆ ମନ୍ତ୍ରିମଣ୍ଡଳ…

1 hour ago

ଏହି ସବୁ ଲାପଟପରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୟୁଜର୍ସଙ୍କ ପାଇଁ ମିଳୁଛି ପତଳା ଏବଂ ଲାଇଟ୍‌ ୱେଟ ଅପ୍ସନ

ଯେତେବେଳେ ଆମେ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁ ସେତେବେଳେ ପ୍ରଥମେ ଲାପଟପର ଡିଜାଇନ୍ ଏବଂ ଓଜନ ଦେଖିଥାଉ । ଅନେକ…

1 hour ago