ନିଜ ପିଲାଙ୍କୁ ହରାଇବା ପରେ ଘୁଷୁରୀ ଛୁଆଙ୍କୁ ପାଳୁଛି ବାଘୁଣୀ, ନିଜ ସନ୍ତାନ ଭଳି ନେଉଛି ଯତ୍ନ

ପ୍ରସବ ବେଳେ ନିଜ ପିଲାଙ୍କୁ ହରାଇଥିବା ଏକ ବାଘୁଣୀ ପାଇଁ ଏବେ ସାହାରା ପାଲଟିଛନ୍ତି କିଛି ଘୁଷୁରୀ ଛୁଆ। ବିଶ୍ୱାସ ହେଉନଥିଲେ ବି ଏହା ସତ।

କାଲିଫର୍ଣ୍ଣିଆ ଚିଡ଼ିଆଖାନାରେ ଏଭଳି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି। ଯାହା କିଛି ଦିନ ତଳର ହୋଇଥିଲେ ବି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଠାରେ ଏକ ବାଘୁଣୀ ନିଜ ସନ୍ତାନଙ୍କୁ ହରାଇବା ପରେ ଘୁଷୁରୀଙ୍କୁ ନିଜ ଛୁଆ ଭଳି ପାଳୁଥିବା ଦେଖାଯାଇଛି। ଯାହାର ଫଟୋ ଚିଡ଼ିଆଖାନା କର୍ତ୍ତୃପକ୍ଷ ସେୟାର କରିଛନ୍ତି।

Tiger ସୂଚନାନୁଯାୟୀ, କାଲିଫର୍ଣ୍ଣିଆ ଚିଡ଼ିଆଖାନାରେ ଏକ ବାଘୁଣୀ ଗର୍ଭବତୀ ଥିଲା। କିନ୍ତୁ ପ୍ରସବ ବେଳେ କମ୍‌ ଓଜନ ଥିବାରୁ ତା’ର ସମସ୍ତ ଛୁଆଙ୍କ ମୃତ୍ୟୁ ଘଟିଥିଲା। ଛୁଆମାନେ ମରିଯିବା ପରେ ବାଘୁଣୀଟି ଅତ୍ୟନ୍ତ ଦୁଃଖିତ ହୋଇ ଖାଇବା ପିଇବା ବି ଛାଡ଼ି ଦେଇଥିଲା।

କ୍ରମେ ତା ଶରୀର କ୍ଷୀଣ ହେବାକୁ ଲାଗିଲା। ବାଘୁଣୀର ଜୀବନ ବଞ୍ଚାଇବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏକ ଯୋଜନା କଲେ । କିଛି ଘୁଷୁରୀ ଛୁଆଙ୍କୁ ବାଘର ଚମଡ଼ା ଭଳି ପୋଷାକ ପିନ୍ଧାଇ ସେମାନଙ୍କୁ ବାଘୁଣୀ ପାଖରେ ଛାଡ଼ିଥିଲେ।

Tiger5ତେବେ ଆଶ୍ଚର୍ଯ୍ୟଜନକ ଭାବେ ବାଘୁଣୀ ମଧ୍ୟ ଘୁଷୁରୀ ଛୁଆଙ୍କୁ ନିଜ ଛୁଆ ବୋଲି ଧରି ନେଇଥିଲା। କେବଳ ଏତିକି ନୁହେଁ, ସେ ଏହି ଛୁଆଙ୍କ ସହ ଖେଳୁ ବି ଥିଲା ଓ ଯତ୍ନ ନେଉଥିଲା।

Tiger4

ଘୁଷୁରୀମାନେ ବାଘୁଣୀରୁ ସ୍ନେହ ପାଇ ନିର୍ଭୟ ଭାବେ କେତେବେଳେ ତା’ ପରେ ଚଢ଼ୁଥିଲେ ତ ଆଉ କେତେବେଳେ କୋଳରେ ଶୋଉଥିଲେ, ଯାହା ଦେଖି ଚିଡ଼ିଆଖାନା କର୍ତ୍ତୃପକ୍ଷ ବି ଖୁବ୍‌ ଖୁସି ହୋଇଛନ୍ତି। ଏହା ଏବେ ଚିଡ଼ିଆଖାନାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.