Categories: ସ୍ପେଶାଲ

କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ କରନ୍ତି ଆତ୍ମହତ୍ୟା, ଜୀବନରୁ ସେମାନେ ମଧ୍ୟ ହୋଇଥାଆନ୍ତି ନିରାଶ

ପଢିବାକୁ ନିଶ୍ଚୟ ଅଜବ ଲାଗୁଥିବ ଆପଣଙ୍କୁ । କିନ୍ତୁ ଏକଥା ପ୍ରମାଣିତ ହୋଇସାରିଛି ଯେ ପଶୁ ପକ୍ଷୀମାନଙ୍କ ମଧ୍ୟରେ ମଧ୍ୟ ଆସିଥାଏ ନିରାଶ ଭାବ । ସେମାନେ ମଧ୍ୟ ଚାପ,ଚିନ୍ତା ଏବଂ ନିରାଶ ଦେଇ ଗତି କରିଥାନ୍ତି । ଏପରିକି ଅନେକ ସମୟରେ ଜୀବନ ଶେଷ କରିଦେବାର ଭାବନା ମଧ୍ୟ ତାଙ୍କ ଭିତରେ ଆସିଥାଏ । ରିସର୍ଚ୍ଚ ଅନୁସାରେ କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ମଧ୍ୟ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥାନ୍ତି ।
ପଶୁମାନଙ୍କ ମଧ୍ୟରେ ଏହି ପ୍ରବୃତ୍ତି ଗତ ଏକ ଦଶକ ଧରି ବୃଦ୍ଧି ପାଇଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରାଣୀଙ୍କ ମଧ୍ୟରେ ଅଧିକାଂଶ ସ୍ତନ୍ୟପାୟୀ ।

୨୦୦୫ରେ ତୁର୍କୀର ଏକ ପାହାଡରୁ ପ୍ରାୟ ୧୫୦୦ ମେଣ୍ଢା ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଜଣେ ମେଣ୍ଢାପାଳକ ନିଜର ମେଣ୍ଢାଙ୍କୁ ଚରାଇବାକୁ ଛାଡିଥିଲେ । ତେବେ କିଛି ସମୟ ପରେ ଆସି ଦେଖିଲେ ପ୍ରାୟ ୫୦୦ ମେଣ୍ଢା ମରି ପଡିଛନ୍ତି । ତେବେ ଏହି ସଂଖ୍ୟା ବଢିଥାନ୍ତା, କିନ୍ତୁ ପଛରେ ଡେଇଁଥିବା ମେଣ୍ଢା ମରିଥିବା ମେଣ୍ଢାଙ୍କ ଉପରେ ପଡିବାରୁ ବଂଚିଯାଇଥିଲେ । ଅଗଷ୍ଟ ୨୦୦୯ରେ ସ୍ବିଜରଲାଣ୍ଡରେ ୨୮ ଟି ଗାଇ ଏବଂ ବଳଦ ପାହାଡରୁ ଡେଇଁ ମରିଯାଇଥିଲେ ।

ଏହା ସହ ପଢନ୍ତୁ ଅଣ୍ଡା ମାନେ ମଧ୍ୟ କରନ୍ତି ନିଜ ଭିତରେ କଥାବାର୍ତା, ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ସେହିପରି ୪୦ ବର୍ଷ ପୂର୍ବେ କେଥି ନାମକ ଏକ ଡଲଫିନ୍ ନିଜକୁ ହତ୍ୟା କରିଥିଲା । ଡଲଫିନ୍ ଏବଂ ତିମି ମାଛର ଏକ ବିଶେଷତ୍ବ ହେଉଛି ଯେ ସେମାନେ ଆମ ପରି ନିଶ୍ବାସ ନେଇପାରନ୍ତି ନାହିଁ । ବରଂ ପ୍ରତ୍ୟେକ ନିଶ୍ବାସ ପାଇଁ ସେମାନଙ୍କୁ ଚେଷ୍ଟା କରିବାକୁ ପଡିଥାଏ । ଅର୍ଥାତ୍ ସେମାନେ ଯେତେବେଳେ ଚାହିଁବେ ନିଜ ଜୀବନକୁ ଶେଷ କରିପାରିବେ । ଡଲଫିନ୍ ଟ୍ରେନର ରିଚାର୍ଡଙ୍କ କହିବା ଅନୁଯାୟୀ କିଛି ଦିନ ଧରି ଉଦାସ ଥିଲା କେଥି । ରିଚାର୍ଡଙ୍କ ପାଖକୁ କେଥି ପହଂରିକି ଆସିଲା , ତାଙ୍କ ଆଖିକୁ ଦେଖିଲା, ଗୋଟିଏ ନିଶ୍ବାସ ନେଲା ଆଉ ଦ୍ବିତୀୟ ଥର ନେଲା ନାହିଁ ।

ସେହପରି ଚୀନର ଏକ ପାର୍କରେ ଗୋଟିଏ ହଂସ ଆତ୍ମହତ୍ୟା କରୁଥିବାର ଫଟୋ କ୍ୟାମେରାରେ କଏଦ ହୋଇଥିଲା । ହଂସଟି ଜାଣି ଜାଣି ପାଣି ଭିତରେ ନିଜର ମୁଣ୍ଡଟି ବୁଡାଇ ରଖିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହଂସଟିକୁ ଦେଖି ପ୍ରଥମେ ଲାଗିଲା ଯେ ନିଜକୁ ଶାନ୍ତ କରିବା ପାଇଁ ପାଣି ଭିତରେ ମୁଣ୍ଡ ବୁଡାଉଛି । କିନ୍ତୁ କିଛି ସମୟ ପରେ ମୁଣ୍ଡ ବାହାର ନକରିବାରୁ ତାର ମୃତ୍ୟୁ ହୋଇଯାଇଥିଲା ।

ଏହା ସହ ପଢନ୍ତୁ ଟିଭି ଶୋ‘ରେ ଛେଳିକୁ ଗୁଳି କଲେ ସେଲିବ୍ରିଟି ଶେଫ୍, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

ସ୍କଟଲାଣ୍ଡରେ ଏମିତି ଏକ ପୁଲ ଅଛି ଯେଉଁଠି ଆତ୍ମହତ୍ୟା କରନ୍ତି କୁକୁର । ଏହି ୫୦ ଫୁଟର ପୁଲରେ ଏଯାଏ ୬୦୦ ରୁ ଅଧିକ କୁକୁର ଡେଇଁ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ନଭେମ୍ବର ୨୦୧୧ରେ ଏକାସାଥିରେ ୬୧ ଟି ତିମି ନ୍ୟୁଜିଲାଣ୍ଡର ଏକ ସମୁଦ୍ରକୂଳକୁ ଚାଲିଆସିଥିଲେ । ସେମାନଙ୍କ ମଧ୍ୟରୁ କେବଳ ୧୮ ଟି ବଂଚିପାରିଲେ । ତେବେ ଏହି ତିମି ଏପରି କାହିଁକି କରିଥିଲେ ତାହା ଜଣା ପଡିନଥିଲା । କିନ୍ତୁ କୁହାଯାଏ ଗୋଟିଏ ତିନି ଏପରି କଲେ ଅନ୍ୟସବୁ ତାକୁ ଅନୁସରଣ କରନ୍ତି ।

ସେହିପରି ଆହତ କିମ୍ବା ଅସହାୟ ପରିସ୍ଥତିରେ ଆତ୍ମହତ୍ୟାର ରାସ୍ତା ବାଛିଥାନ୍ତି ସାପ । ଭୁଇଁରେ ମୁଣ୍ଡ ପିଟି ପିଟି ନିଜକୁ କ୍ଷତି ପହଂଚାଇଥାନ୍ତି ଏମାନେ । ଆସାମର କଛାର ଘାଟିରେ ଡେଇଁ ଏକାସାଥିରେ ଶତାଧିକ ପକ୍ଷୀ ଆତ୍ମହତ୍ୟା କରିଥିଲେ । ଆଜିଯାଏ ଏହାର ରହସ୍ୟ କେହି ଜାଣିପାରିଲେନି ।

KNews Bureau

Recent Posts

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

18 mins ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

2 hours ago

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

2 hours ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

2 hours ago

ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ

ନରସିଂହପୁର (କେନ୍ୟୁଜ୍‌): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…

2 hours ago

ଭାରି ହେଇଗଲା ଅମୃତଭଣ୍ଡାର ଓଜନ ଓଲଟିପଡିଲା ଟ୍ରକ୍‌, ଗାଡି ଭିତରେ ଚାପି ରହି ଚାଲିଗଲା ଚାଳକର ଜୀବନ

ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…

2 hours ago