କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ କରନ୍ତି ଆତ୍ମହତ୍ୟା, ଜୀବନରୁ ସେମାନେ ମଧ୍ୟ ହୋଇଥାଆନ୍ତି ନିରାଶ

ପଢିବାକୁ ନିଶ୍ଚୟ ଅଜବ ଲାଗୁଥିବ ଆପଣଙ୍କୁ । କିନ୍ତୁ ଏକଥା ପ୍ରମାଣିତ ହୋଇସାରିଛି ଯେ ପଶୁ ପକ୍ଷୀମାନଙ୍କ ମଧ୍ୟରେ ମଧ୍ୟ ଆସିଥାଏ ନିରାଶ ଭାବ । ସେମାନେ ମଧ୍ୟ ଚାପ,ଚିନ୍ତା ଏବଂ ନିରାଶ ଦେଇ ଗତି କରିଥାନ୍ତି । ଏପରିକି ଅନେକ ସମୟରେ ଜୀବନ ଶେଷ କରିଦେବାର ଭାବନା ମଧ୍ୟ ତାଙ୍କ ଭିତରେ ଆସିଥାଏ । ରିସର୍ଚ୍ଚ ଅନୁସାରେ କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ମଧ୍ୟ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥାନ୍ତି ।
ପଶୁମାନଙ୍କ ମଧ୍ୟରେ ଏହି ପ୍ରବୃତ୍ତି ଗତ ଏକ ଦଶକ ଧରି ବୃଦ୍ଧି ପାଇଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରାଣୀଙ୍କ ମଧ୍ୟରେ ଅଧିକାଂଶ ସ୍ତନ୍ୟପାୟୀ ।

28 cows dead after cliff falls୨୦୦୫ରେ ତୁର୍କୀର ଏକ ପାହାଡରୁ ପ୍ରାୟ ୧୫୦୦ ମେଣ୍ଢା ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଜଣେ ମେଣ୍ଢାପାଳକ ନିଜର ମେଣ୍ଢାଙ୍କୁ ଚରାଇବାକୁ ଛାଡିଥିଲେ । ତେବେ କିଛି ସମୟ ପରେ ଆସି ଦେଖିଲେ ପ୍ରାୟ ୫୦୦ ମେଣ୍ଢା ମରି ପଡିଛନ୍ତି । ତେବେ ଏହି ସଂଖ୍ୟା ବଢିଥାନ୍ତା, କିନ୍ତୁ ପଛରେ ଡେଇଁଥିବା ମେଣ୍ଢା ମରିଥିବା ମେଣ୍ଢାଙ୍କ ଉପରେ ପଡିବାରୁ ବଂଚିଯାଇଥିଲେ । ଅଗଷ୍ଟ ୨୦୦୯ରେ ସ୍ବିଜରଲାଣ୍ଡରେ ୨୮ ଟି ଗାଇ ଏବଂ ବଳଦ ପାହାଡରୁ ଡେଇଁ ମରିଯାଇଥିଲେ ।

ଏହା ସହ ପଢନ୍ତୁ ଅଣ୍ଡା ମାନେ ମଧ୍ୟ କରନ୍ତି ନିଜ ଭିତରେ କଥାବାର୍ତା, ଜାଣିଲେ ହେବେ ଆଶ୍ଚର୍ଯ୍ୟ..

dolphin-suicideସେହିପରି ୪୦ ବର୍ଷ ପୂର୍ବେ କେଥି ନାମକ ଏକ ଡଲଫିନ୍ ନିଜକୁ ହତ୍ୟା କରିଥିଲା । ଡଲଫିନ୍ ଏବଂ ତିମି ମାଛର ଏକ ବିଶେଷତ୍ବ ହେଉଛି ଯେ ସେମାନେ ଆମ ପରି ନିଶ୍ବାସ ନେଇପାରନ୍ତି ନାହିଁ । ବରଂ ପ୍ରତ୍ୟେକ ନିଶ୍ବାସ ପାଇଁ ସେମାନଙ୍କୁ ଚେଷ୍ଟା କରିବାକୁ ପଡିଥାଏ । ଅର୍ଥାତ୍ ସେମାନେ ଯେତେବେଳେ ଚାହିଁବେ ନିଜ ଜୀବନକୁ ଶେଷ କରିପାରିବେ । ଡଲଫିନ୍ ଟ୍ରେନର ରିଚାର୍ଡଙ୍କ କହିବା ଅନୁଯାୟୀ କିଛି ଦିନ ଧରି ଉଦାସ ଥିଲା କେଥି । ରିଚାର୍ଡଙ୍କ ପାଖକୁ କେଥି ପହଂରିକି ଆସିଲା , ତାଙ୍କ ଆଖିକୁ ଦେଖିଲା, ଗୋଟିଏ ନିଶ୍ବାସ ନେଲା ଆଉ ଦ୍ବିତୀୟ ଥର ନେଲା ନାହିଁ ।

swan-suicideସେହପରି ଚୀନର ଏକ ପାର୍କରେ ଗୋଟିଏ ହଂସ ଆତ୍ମହତ୍ୟା କରୁଥିବାର ଫଟୋ କ୍ୟାମେରାରେ କଏଦ ହୋଇଥିଲା । ହଂସଟି ଜାଣି ଜାଣି ପାଣି ଭିତରେ ନିଜର ମୁଣ୍ଡଟି ବୁଡାଇ ରଖିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହଂସଟିକୁ ଦେଖି ପ୍ରଥମେ ଲାଗିଲା ଯେ ନିଜକୁ ଶାନ୍ତ କରିବା ପାଇଁ ପାଣି ଭିତରେ ମୁଣ୍ଡ ବୁଡାଉଛି । କିନ୍ତୁ କିଛି ସମୟ ପରେ ମୁଣ୍ଡ ବାହାର ନକରିବାରୁ ତାର ମୃତ୍ୟୁ ହୋଇଯାଇଥିଲା ।

ଏହା ସହ ପଢନ୍ତୁ ଟିଭି ଶୋ‘ରେ ଛେଳିକୁ ଗୁଳି କଲେ ସେଲିବ୍ରିଟି ଶେଫ୍, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

dog-8ସ୍କଟଲାଣ୍ଡରେ ଏମିତି ଏକ ପୁଲ ଅଛି ଯେଉଁଠି ଆତ୍ମହତ୍ୟା କରନ୍ତି କୁକୁର । ଏହି ୫୦ ଫୁଟର ପୁଲରେ ଏଯାଏ ୬୦୦ ରୁ ଅଧିକ କୁକୁର ଡେଇଁ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି ।

whaleନଭେମ୍ବର ୨୦୧୧ରେ ଏକାସାଥିରେ ୬୧ ଟି ତିମି ନ୍ୟୁଜିଲାଣ୍ଡର ଏକ ସମୁଦ୍ରକୂଳକୁ ଚାଲିଆସିଥିଲେ । ସେମାନଙ୍କ ମଧ୍ୟରୁ କେବଳ ୧୮ ଟି ବଂଚିପାରିଲେ । ତେବେ ଏହି ତିମି ଏପରି କାହିଁକି କରିଥିଲେ ତାହା ଜଣା ପଡିନଥିଲା । କିନ୍ତୁ କୁହାଯାଏ ଗୋଟିଏ ତିନି ଏପରି କଲେ ଅନ୍ୟସବୁ ତାକୁ ଅନୁସରଣ କରନ୍ତି ।

snake-suicideସେହିପରି ଆହତ କିମ୍ବା ଅସହାୟ ପରିସ୍ଥତିରେ ଆତ୍ମହତ୍ୟାର ରାସ୍ତା ବାଛିଥାନ୍ତି ସାପ । ଭୁଇଁରେ ମୁଣ୍ଡ ପିଟି ପିଟି ନିଜକୁ କ୍ଷତି ପହଂଚାଇଥାନ୍ତି ଏମାନେ । ଆସାମର କଛାର ଘାଟିରେ ଡେଇଁ ଏକାସାଥିରେ ଶତାଧିକ ପକ୍ଷୀ ଆତ୍ମହତ୍ୟା କରିଥିଲେ । ଆଜିଯାଏ ଏହାର ରହସ୍ୟ କେହି ଜାଣିପାରିଲେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.