Below header

ମୟୁରଭଞ୍ଜ: ଖୁଣ୍ଟା ଥାନା କେନାଲ ଛକ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିବା ପରେ ପାଉଁଶ ଟ୍ରକରେ ଲାଗିଲା ନିଆଁ

ମୟୁରଭଞ୍ଜ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ପାଉଁଶ ଟ୍ରକଟି ରାସ୍ତା କଡକୁ ଓଲଟିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କେନାଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଡ୍ରାଇଭର ଓ ଖଲାସି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସକାଳେ ଟ୍ରକଟି ଖୁଣ୍ଟା ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାଜପଥ ତଳକୁ ଓଲଟି ପଡିଥିଲା। ପରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.