Below header

ଫେସବୁକର ନୂଆ ଟେକ୍ନୋଲୋଜି ! ଯାହା ଭାବିବେ ତାହା ଆପେ ଆପେ ଟାଇପ ହୋଇଯିବ

ଫେସବୁକ ଏବେ ଏଭଳି ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି, ଯାହା ଆପଣଙ୍କ ମନର କଥାକୁ ପଢିବାରେ ସକ୍ଷମ ହେବ। ଯାହା ଆପଣ ଭାବିବେ ତାହା ଆପେ ଆପେ ଫେସବୁକରେ ଟାଇପ ହୋଇଯିବ। ଫେସବୁକ ଖୁବଶୀଘ୍ର ବ୍ରେନ ରିଡିଗଂ କମ୍ପ୍ୟୁଟର ସାମ୍ନାକୁ ଆଣିବ। ଏହି ଯୋଜନା କମ୍ପାନୀ ପ୍ରଥମଥର ପାଇଁ ୨୦୧୭ରେ ପ୍ଲାନ କରିଥିଲା। ଏବେ ଏହି ଯୋଜନା ଅଗ୍ରଗତି କରିସାରିଛି ଏବଂ ଏକ ଡିଭାଇସ ଡେଭଲପ କରିବାକୁ ଯାଉଛି, ଯାହା ସାହାଯ୍ୟରେ ଲୋକମାନେ ମନରେ ଭାବିଥିବା କଥା ଫେସବୁକରେ ଆପେ ଆପେ ଟାଇପ ହୋଇଯିବ।
ଫେସବୁକ ରିଆଲିଟ ଲ୍ୟାବ ଏହି ଟେକ୍ନୋଲୋଜି ଉପରେ ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆ, ସାନଫ୍ରାନସିସ୍କୋର ଗବେଷକମାନଙ୍କ ସହିତ ମିଶି କାମ କରୁଛନ୍ତି। ନେଚର କମ୍ୟୁନିକେସନ ନାମକ ଜର୍ନାଲରେ ପବ୍ଲିଶ ହୋଇଥିବା ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି। ଏହି ଗବେଷଣାରେ ଜଣାପଡିଛି କି, ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସର ବ୍ୟବହାର କରି ମନୁଷ୍ୟର ମସ୍ତିଷ୍କରୁ ସିଧାସଳଖ କଥା ଆଣି ସ୍କ୍ରିନରେ ଡିକୋଡ କରିବ।

ବର୍ଷେ ମଧ୍ୟରେ ହେବ ପରୀକ୍ଷଣ
ଏହି ଗବେଷଣା ପାଇଁ ଗବେଷକମାନେ ୩ଜଣ ରୋଗୀଙ୍କ ଉପରେ ପରୀକ୍ଷା ଜାରି ରଖିଛନ୍ତି। ଯେଉଁମାନଙ୍କର ଆଖିର ପରୀକ୍ଷା ଚାଲିଛି। ଏହି ଟେକ୍ନୋଲୋଜିକୁ ପରୀକ୍ଷଣ କରିବା ପାଇଁ ପାଖାପାଖି ୧ ବର୍ଷ ଲାଗିବ। ଫେସବୁକ ଏଟି/ଭିଆର ର ଉପସଭାପତି ବାସବର୍ଥ କହିଛନ୍ତି, ଡିଭାଇସ ଉପରେ କରାଯାଇଥିବା କାମର ଅପଡେଟ ସେୟାର କରାଯାଉଛି। ଯାହା ଲୋକଙ୍କୁ ଏହି ସୁବିଧା ଯୋଗାଇବ, ଯାହା ସେମାନେ ଭାବିବେ ତାହା ଟାଇପ ହୋଇଯିବ।

ଏବେ କରିବାକୁ ପଡିବ ଅପେକ୍ଷା
ଏହି ଟେକ୍ନୋଲୋଜି ପାଇଁ ଫେସବୁକ ଗ୍ରାହକଙ୍କୁ ଅପେକ୍ଷା କରିବାକୁ ପଡିବ। ଏବେ ଏହା ଉପରେ ବହୁତ କାମ କରିବାକୁ ବାକି ଅଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କେବଳ ଫେସବୁକ ନୁହେଁ, ଏହାପୂର୍ବରୁ ନ୍ୟୁରୋଲିଙ୍କ ମଧ୍ୟ ଏହା ଉପରେ ପରୀକ୍ଷଣ ଜାରି ରଖିଛି। ୨୦୨୦ ବେଳକୁ ଏହାର ପରୀକ୍ଷା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.