ଆଜିଠାରୁ ପୁଣି ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡା(କେନ୍ୟୁଜ୍) : ଆଜିଠାରୁ ପୁଣି ଖୋଲିଲା ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଦୀର୍ଘ ୩ମାସ ଧରି ଭିତରକନିକା ବନ୍ଦ ରହିବା ପରେ ଆଜିଠୁ ଖୋଲିଛି । ଏନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରଖା ଯାଇଥିଲା । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନରେ ପ୍ରବେଶ ପାଇଁ ଫଟୋ, ପରିଚୟପତ୍ର ଓ ଲାଇଫ୍‌ ଜ୍ୟାକେଟକୁ ବାଧ୍ୟତାମୂଳକ କରାଯାଇଛି। ଚଳିତବର୍ଷ ବନବିଭାଗ ୧୦୩ଟି କୁମ୍ଭୀର ବସା ଠାବ କରିଥିବା ବେଳେ ଭିତରକନିକା ନଦୀନାଳରେ ୧୭ଶହରୁ ଅଧିକ କୁମ୍ଭୀର ବାସ କରୁଥିବା ସୂଚନା ମିଳିଛି । ଭିତରକନିକା ବୁଲିବା ପାଇଁ ଗୁପ୍ତି, ଖୋଳା, ଡାଙ୍ଗମାଳ ଓ ଚାନ୍ଦବାଲି ୪ଟି ପ୍ରବେଶ ପଥ କରାଯାଇଥିବାବେଳେ ୨୬ଟି ଘରୋଇ ବୋଟ୍‌ ଏବଂ ୧୨ଟି ସରକାରୀ ବୋଟ୍‌ର ସୁବିଧା କରାଯାଇଥିବା ରାଜଖଣ୍ଡ ବନଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.