Below header

ବାଲିଆପାଳରେ ପୋଲିସ ଅଧିକାରୀଙ୍କୁ ମାଡ଼ ଓ ନାବାଳକ ମୃତ୍ୟୁ ଘଟଣାରେ ୧୩ ଗିରଫ

ବାଲିଆପାଳ(କେନ୍ୟୁଜ୍): ବାଲିଆପାଳରେ ପୋଲିସ ଅଧିକାରୀଙ୍କୁ ମାଡ଼ ଓ ନାବାଳକ ମୃତ୍ୟୁ ଘଟଣାରେ ୧୩ ଗିରଫ। ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଉଠାଇ ନେଇଥିଲା। ରୁପ୍ସା ଥାନାରେ ବାଲେଶ୍ୱର ପୋଲିସ ସେମାନଙ୍କୁ ପଚରାଉଚରା କରାଯାଉଛି । ସେପଟେ ଏହି ଘଟଣାରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଏକ ଟିମ୍‌ ବାଲେଶ୍ୱର ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଏସପିଙ୍କୁ ଭେଟି ଥାନା ଅଧିକାରୀଙ୍କୁ ମାଡ଼ ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗତ ୨୬ ତାରିଖରେ ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଢାବାରେ କାମ କରୁଥିବା ନାବାଳକର ମୃତଦେହ ଉଦ୍ଧାର ପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶୀକାର ହୋଇଥିଲା ପୋଲିସ। ଉତ୍ୟକ୍ତ ଲୋକେ ପୋଲିସକୁ ମାଡ ମାରିବା ସହ ଗାଡି ପୋଡିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.