ଶସ୍ତା ହେଲା ବିନା ସବସିଡି ଏଲପିଜି ସିଲିଣ୍ଡର ଦର, ବୁଧବାର ମଧ୍ୟରାତ୍ରୀରୁ ହେଲା ଲାଗୁ

ନୂଆଦିଲ୍ଲୀ: ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ବୁଧବାର ଠାରୁ ୬୨.୫୦ ପଇସା ହ୍ରାସ ହୋଇଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଦାମ୍ କମ୍ ହେବା କାରଣରୁ ଏହାର ମୂଲ୍ୟ ହ୍ରାସ ହୋଇଥିବା ଜଣାପଡିଛି। ଏହି ପରିପେକ୍ଷୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ କୁହାଯାଇଛି କି, ବିନା ସବସିଡି ଏଲପିଜି ମୂଲ୍ୟ ୫୭୪.୫୦ପଇସା ପ୍ରତି ସିଲିଣ୍ଡର ରହିବ । ନୂଆ ଦର ବୁଧବାର ମଧ୍ୟ ରାତିରୁ ଲାଗୁ ହୋଇଛି । କମ୍ପାନୀ ଅନୁସାରେ ଏହା ପୂର୍ବରୁ ଜୁଲାଇ ଆରମ୍ଭରୁ ବିନା ସବସିଡି ଏଲପିଜି ଦରରେ ୧୦୦.୫୦ ପଇସା ପ୍ରତି ସିଲିଣ୍ଡର ହ୍ରାସ ହୋଇଛି। ସମୁଦାୟ ମିଶାଇଲେ ଜୁଲାଇରେ ବିନା ସବସିଡି ଏଲପିଜି ସିଲିଣ୍ଡର ମୂଲ୍ୟ ୧୬୩ ଟଙ୍କା କମ୍ ହୋଇଛି । ବିନା ସବସିଡି ବାଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଖସିବାର ପ୍ରଭାବ ସବସିଡି ଗ୍ୟାସ୍ କିଣିବା ସମୟରେ ଦେବାକୁ ଥିବା ମୂଲ୍ୟରେ ହିଁ ପଡିଥାଏ । ଉପଭୋକ୍ତାଙ୍କୁ ଅଗଷ୍ଟରେ ୧୪.୨ କିଲୋର ସବସିଡି ଗ୍ୟାସ୍ ସିଲିଣ୍ଡର ନେବା ସମୟରେ ଏବେ ୫୭୫ ଟଙ୍କା ଦେବାକୁ ପଡିବ । ଜୁଲାଇରେ ଏଥିପାଇଁ ୬୩୭ ଟଙ୍କା ଦେବାକୁ ପଡୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.