Below header

ଜାଣନ୍ତୁ ଫୋନ ଖରାପ ହେଲେ କିଭଳି କରିବେ ଅନ୍ୟ ଫୋନକୁ କଣ୍ଟାକ୍ଟ ଟ୍ରାନ୍ସଫର

ଅଧିକାଂଶ ଲୋକମାନେ ନୂଆ ଫୋନ କିଣିବା ବେଳେ ନିଜର ଫୋନ କଣ୍ଟାକ୍ଟକୁ ଟ୍ରାନ୍ସଫର କରିବା ନେଇ ଚିନ୍ତାରେ ପଡ଼ିଯାଇଥାନ୍ତି। କିନ୍ତୁ ବର୍ତ୍ତମାନ ଏହି କଥାକୁ ନେଇ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। କାରଣ ବର୍ତ୍ତମାନ ଯେକୌଣସି ନୂଆ ଫୋନରେ କଣ୍ଟାକ୍ଟ ଟ୍ରାନ୍ସଫର ସହଜ ହୋଇଗଲାଣି। ତେବେ ଜାଣନ୍ତୁ ଆପଣ କିଭଳି ଏହି ସମସ୍ୟାର ସମାଧାନ କରିବେ।

-ସ୍ମାର୍ଟଫୋନରେ ଜି-ମେଲ୍ ଆକାଉଣ୍ଟ ସାହାଯ୍ୟରେ କଣ୍ଟାକ୍ଟର ସମସ୍ତ ଡାଟା ଅଟୋମେଟିକ୍ ବ୍ୟାକଅପ୍ ହୋଇଯାଇଥାଏ।

-ଆପଣ ନିଜର ନୂଆ ପୁରୁଣା ଦୁଇଟି ଜି-ମେଲ୍ ଆକାଉଣ୍ଟ ଲଗଅନ୍ କରନ୍ତୁ। ଏବଂ ଆପଣଙ୍କ ଫୋନରେ ଇଣ୍ଟରନେଟ୍ କନେକ୍ସନ ଥିବା ଆବଶ୍ୟକ।

-ପ୍ରଥମେ ନିଜ ଫୋନରେ ଗୁଗଲ୍ କଣ୍ଟାକ୍ଟ ଆପ୍ ଖୋଲିପାାରିବେ।

ଏହାସହ ପଢନ୍ତୁ: ଆସୁଛି WhatsAppର ନୂଆ ଆପ୍, ଏଣିକି ଚାଟରେ ବଦଳିଯିବ ବହୁତ କିଛି

-ବର୍ତ୍ତମାନ ସ୍କ୍ରୋଲ ଡାଉନ କରି ସେଟିଙ୍ଗ୍ ଅପ୍ସନକୁ ସିଲେକ୍ଟ କରି ସେଥିରେ ଥିବା ‘Export’ ଉପରେ ପ୍ରେସ କରନ୍ତୁ।

-ବର୍ତ୍ତମାନ ପୁରୁଣା ଆକାଉଣ୍ଟକୁ ଡିଲେଟ୍ କରି ନୂଆ ଆକାଉଣ୍ଟ ଆଡ୍ କରିବା ପରେ କଣ୍ଟାକ୍ଟ ଆପ୍ ଖୋଲନ୍ତୁ।

-Import/Export ସେକ୍ସନରୁ Import କୁ ସିଲେକ୍ଟ କରନ୍ତୁ।

-ବର୍ତ୍ତମାନ ’import from storage’ ରେ ପ୍ରେସ କରି ଗୁଗଲ୍ ସିଲେକ୍ଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.