ଭାରତ ସମେତ ୫୦ଟି ଦେଶର ଲୋକଙ୍କୁ ଫ୍ରି’ରେ ଭିସା ଦେବ ଶ୍ରୀଲଙ୍କା

ଶ୍ରୀଲଙ୍କା: ଭାରତ ସମେତ ୫୦ଟି ଦେଶର ଲୋକଙ୍କୁ ଫ୍ରି’ରେ ଭିସା ଦେବ ଶ୍ରୀଲଙ୍କା । ପର୍ଯ୍ୟଟନ ଉଦ୍ୟୋଗକୁ ଆଗକୁ ବଢାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ବୁଧବାର ଶ୍ରୀଲଙ୍କା ସରକାର କହିଛନ୍ତି କି, ଦେଶରେ ପର୍ଯ୍ୟଟନ ଉଦ୍ୟୋଗକୁ ବଢାଇବା ପାଇଁ ୫୦ଟି ଦେଶର ଲୋକଙ୍କୁ ଏକ ମାସର ଫ୍ରି ଭିସା ଯୋଗାଇ ଦେଉଛି। ଇଷ୍ଟର ସଣ୍ଡେରେ ହୋଇଥିବା ବମ୍ ବିସ୍ଫୋରଣ ପରେ ବହୁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଉଦ୍ୟୋଗକୁ ବିକାଶ କରିବା ପାଇଁ ଏହି ପ୍ରୟାସ କରିବାକୁ ନିଷ୍ପତି ନିଆଯାଇଛି।

ଏହି ବିସ୍ଫୋରଣରେ ୨୬୩ ଜଣ ଲୋକ ପ୍ରାଣ ହରାଇଥିବାବେଳେ, ପର୍ଯ୍ୟଟନ ମନ୍ତ୍ରୀ ଜାଁନ ଅମାରାତୁଂଗା କହିଛନ୍ତି କି, ପର୍ଯ୍ୟଟକ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟକୁ ନେଇ ଆସିବାକୁ ଥିବା ଅନଲାଇନ୍ ଆଗମନ କିମ୍ବା ଆବେଦନ କରିବା ଉପରେ ଫ୍ରିରେ ଭିସା ମିଳିବ ।
ଏହି ନିଷ୍ପତି ଗୁରୁବାର ଅର୍ଥାତ୍ ଆଜିଠାରୁ ଲାଗୁ କରିଦିଆଯାଇଛି । ସେ ଆଉ ମଧ୍ଯ କହିଛନ୍ତି କି, ସରକାରଙ୍କ ଏହି ପଦକ୍ଷପ ପର୍ଯ୍ୟଟକଙ୍କୁ ବହୁତ ଆକ୍ରୁଷ୍ଟ କରିବାକୁ ଆଶା ରଖାଯାଇଛି । ଏହାବ୍ୟତିତ ସେ କହିଛନ୍ତି କି, ଯଦି ଏହା ସଫଳ ନ ହୁଏ ତେବେ ଏହି ବ୍ୟବସ୍ଥାକୁ ସ୍ଥଗିତ କରିଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.