ସ୍ପେଶାଲ

କଣ ସତରେ ଚନ୍ଦା ପୁରୁଷଙ୍କ ଠାରେ ଅଧିକ ରହିଥାଏ କରୋନା ସଂକ୍ରମଣର ଭୟ ! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଯେବେ ଠାରୁ କରୋନା ସଂକ୍ରମଣ ଆସିଛି ସେବେଠାରୁ ଆଜି ପର୍ଯ୍ୟନ୍ତ ମହାମାରୀ କରୋନା ଭାଇରସକୁ ନେଇ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମହାମାରୀର ଅନ୍ତ ପାଇଁ ଲଗାତର ଭ୍ୟାକସିନ ଏବଂ ଔଷଧକୁ ନେଇ ରିସର୍ଚ୍ଚ ଜାରି ରହିଛି। ଏହାସହିତ କରୋନାକୁ ନେଇ ବିଭିନ୍ନ ଅନୁସନ୍ଧାନ, ଅଧ୍ୟୟନ ଏବଂ ସର୍ଭେ ହୋଇଛି, ଯେଉଁଥିରେ କିଛି କଥାର ଏମିତି ଖୁଲାସା କରାଯାଇଛି ଯେ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚନ୍ଦା ପୁରୁଷଙ୍କ ଠାରେ କରୋନା ସଂକ୍ରମଣର ଭୟ ଅଧିକ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାରେ ହୋଇଥିବା ଦୁଇଟି ଷ୍ଟଡିରେ ଜଣାପଡିଛି ଚନ୍ଦା ପୁରୁଷଙ୍କ ଠାରେ କରୋନା ସଂକ୍ରମଣ ଅଧିକ ରହିଛି।

ୟୁନିଭର୍ସିଟୀର ଅନୁସନ୍ଧାନକାରୀଙ୍କ କହିବାନୁଯାୟୀ କରୋନା ସଂକ୍ରମଣ ହେବା ଏବଂ ସ୍ଥିତି ଗମ୍ଭୀର ହେବା ଚନ୍ଦାପଣ ସହିତ ସମ୍ପର୍କ ରହିଛି। ରିପୋର୍ଟ ଅନୁଯାୟୀ କରୋନା ସହିତ ଚନ୍ଦାପଣ ସହିତ ସମ୍ବନ୍ଧ ଅଛି କି ନାହିଁ ରିସର୍ଚ୍ଚ କରାଯାଇଥିଲା, ଯେଉଁଥିରେ ସମାନ ଫଳାଫଳ ଆସିଲା।
ପ୍ରଥମ ରିସର୍ଚ୍ଚ ଷ୍ଟଡି ସ୍ପେନ ହସପିଟାଲରେ ୪୧ ଜଣ କରୋନା ରୋଗୀଙ୍କ ଠାରେ କରାଗଲା। ଯେଉଁଥିରେ ୭୧ ପ୍ରତିଶତ ଲୋକ ଚନ୍ଦା ଥିଲେ। ଦ୍ୱିତୀୟ ଷ୍ଟଡି ୧୨୨ ଜଣ ପୁରୁଷଙ୍କୁ ନେଇ କରାଗଲା। ଯାହା ଆମେରିକାନ ଏମାଡେମି ଅଫ ଡର୍ମଟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଷ୍ଟଡିରେ ୧୨୨ରେ ୭୯ ପ୍ରତିଶତ କରୋନା ରୋଗୀ ଚନ୍ଦା ଥିଲେ।

ରିସର୍ଚ୍ଚରଙ୍କ ଅନୁଯାୟୀ ପୁରୁଷଙ୍କ ଠାରେ ଥିବା ସେକ୍ସ ହର୍ମୋନ ‘ଏଣ୍ଡ୍ରୋଜନ’ ଚନ୍ଦାପଣର କାରଣ ହୋଇଥାଏ। ସେହପିରି ହର୍ମୋନ କରୋନା ଭାଇରସ ସଂକ୍ରମଣର କ୍ଷମତା ବଢ଼ିପାରେ। ଏହାର ଅର୍ଥ ଏହା ମଧ୍ୟ ଯେ ହର୍ମୋନ ଔଷଧର ପ୍ରଭାବକୁ ମଧ୍ୟ କମ୍‌ କରିଥାଏ। ଏଥିପାଇଁ କରୋନା ରୋଗୀଙ୍କୁ ଠିକ ହେବାକୁ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ। ସେହିପରି ରିସର୍ଚ୍ଚର ଏହା ମଧ୍ୟ ଜଣାଇଛନ୍ତି ଯେ ଚନ୍ଦାପଣ ଏବଂ କରୋନାର ସମ୍ବନ୍ଧ ବିଷୟରେ ଜାଣିବାକୁ ହେଲେ ଏବେ ଆହୁରି ଅଧିକ ସମୟ ଲାଗିବ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

5 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

16 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

27 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

55 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago