କଣ ସତରେ ଚନ୍ଦା ପୁରୁଷଙ୍କ ଠାରେ ଅଧିକ ରହିଥାଏ କରୋନା ସଂକ୍ରମଣର ଭୟ ! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଯେବେ ଠାରୁ କରୋନା ସଂକ୍ରମଣ ଆସିଛି ସେବେଠାରୁ ଆଜି ପର୍ଯ୍ୟନ୍ତ ମହାମାରୀ କରୋନା ଭାଇରସକୁ ନେଇ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମହାମାରୀର ଅନ୍ତ ପାଇଁ ଲଗାତର ଭ୍ୟାକସିନ ଏବଂ ଔଷଧକୁ ନେଇ ରିସର୍ଚ୍ଚ ଜାରି ରହିଛି। ଏହାସହିତ କରୋନାକୁ ନେଇ ବିଭିନ୍ନ ଅନୁସନ୍ଧାନ, ଅଧ୍ୟୟନ ଏବଂ ସର୍ଭେ ହୋଇଛି, ଯେଉଁଥିରେ କିଛି କଥାର ଏମିତି ଖୁଲାସା କରାଯାଇଛି ଯେ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚନ୍ଦା ପୁରୁଷଙ୍କ ଠାରେ କରୋନା ସଂକ୍ରମଣର ଭୟ ଅଧିକ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାରେ ହୋଇଥିବା ଦୁଇଟି ଷ୍ଟଡିରେ ଜଣାପଡିଛି ଚନ୍ଦା ପୁରୁଷଙ୍କ ଠାରେ କରୋନା ସଂକ୍ରମଣ ଅଧିକ ରହିଛି।

baldୟୁନିଭର୍ସିଟୀର ଅନୁସନ୍ଧାନକାରୀଙ୍କ କହିବାନୁଯାୟୀ କରୋନା ସଂକ୍ରମଣ ହେବା ଏବଂ ସ୍ଥିତି ଗମ୍ଭୀର ହେବା ଚନ୍ଦାପଣ ସହିତ ସମ୍ପର୍କ ରହିଛି। ରିପୋର୍ଟ ଅନୁଯାୟୀ କରୋନା ସହିତ ଚନ୍ଦାପଣ ସହିତ ସମ୍ବନ୍ଧ ଅଛି କି ନାହିଁ ରିସର୍ଚ୍ଚ କରାଯାଇଥିଲା, ଯେଉଁଥିରେ ସମାନ ଫଳାଫଳ ଆସିଲା।
ପ୍ରଥମ ରିସର୍ଚ୍ଚ ଷ୍ଟଡି ସ୍ପେନ ହସପିଟାଲରେ ୪୧ ଜଣ କରୋନା ରୋଗୀଙ୍କ ଠାରେ କରାଗଲା। ଯେଉଁଥିରେ ୭୧ ପ୍ରତିଶତ ଲୋକ ଚନ୍ଦା ଥିଲେ। ଦ୍ୱିତୀୟ ଷ୍ଟଡି ୧୨୨ ଜଣ ପୁରୁଷଙ୍କୁ ନେଇ କରାଗଲା। ଯାହା ଆମେରିକାନ ଏମାଡେମି ଅଫ ଡର୍ମଟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଷ୍ଟଡିରେ ୧୨୨ରେ ୭୯ ପ୍ରତିଶତ କରୋନା ରୋଗୀ ଚନ୍ଦା ଥିଲେ।

baldରିସର୍ଚ୍ଚରଙ୍କ ଅନୁଯାୟୀ ପୁରୁଷଙ୍କ ଠାରେ ଥିବା ସେକ୍ସ ହର୍ମୋନ ‘ଏଣ୍ଡ୍ରୋଜନ’ ଚନ୍ଦାପଣର କାରଣ ହୋଇଥାଏ। ସେହପିରି ହର୍ମୋନ କରୋନା ଭାଇରସ ସଂକ୍ରମଣର କ୍ଷମତା ବଢ଼ିପାରେ। ଏହାର ଅର୍ଥ ଏହା ମଧ୍ୟ ଯେ ହର୍ମୋନ ଔଷଧର ପ୍ରଭାବକୁ ମଧ୍ୟ କମ୍‌ କରିଥାଏ। ଏଥିପାଇଁ କରୋନା ରୋଗୀଙ୍କୁ ଠିକ ହେବାକୁ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ। ସେହିପରି ରିସର୍ଚ୍ଚର ଏହା ମଧ୍ୟ ଜଣାଇଛନ୍ତି ଯେ ଚନ୍ଦାପଣ ଏବଂ କରୋନାର ସମ୍ବନ୍ଧ ବିଷୟରେ ଜାଣିବାକୁ ହେଲେ ଏବେ ଆହୁରି ଅଧିକ ସମୟ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.