Below header

ପରକୀୟା ପ୍ରୀତି ପଡିଲା ମହଙ୍ଗା: ବିବାହିତା ମହିଳା ଓ ରସିକିଆ ପ୍ରେମିକଙ୍କୁ ଉତ୍ତମ ମଧ୍ୟମ ଦେଲେ ଉଭୟ ବାପଘର ଓ ଶ୍ବଶୁର ଘର ଲୋକେ

ଅନୁଗୁଳ: ପରକୀୟା ପ୍ରୀତି ପଡିଲା ମହଙ୍ଗା । ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତ ମହିଳା। ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ। ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଦେଖିବାକୁ ମିଳିଛି ।

ଟାପଢୋଲ ଗ୍ରାମର ମହିଳା ଜଣକ ବିବାହିତା ଓ ତାଙ୍କର ୪ ବର୍ଷର ଛୋଟ ପିଲା ଟିଏ ଅଛି । ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ରହି ଚାକିରି କରନ୍ତି ସ୍ୱାମୀ । ହେଲେ ମିସ୍ କଲ୍ ରୁ ଜଣେ ଯୁବକଙ୍କ ସହିତ ମହିଳା ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉକ୍ତ ଯୁବକ ଜଣଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମରେ ।

womanସୂଚନା ଅନୁସାୟୀ ବିବାହିତ ମହିଳାଙ୍କ ଘରକୁ ଯୁବକ ଜଣଙ୍କ ରାତିରେ ଆସିଥିଲେ ଏବଂ ଉଭୟ ଅନୈତିକ କାର୍ଯ୍ୟ କରୁଥିବାବେଳେ ଏହା ଶ୍ବଶୁରଙ୍କ ନଜରରେ ପଡିଥିଲା । ଏହା ପରେ ଶ୍ବଶୁର ପ୍ରଥମେ ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ  ଦେଇଥିଲେ । ଏହାପରେ ଘରର ଅନ୍ୟ ସଦସ୍ୟମାନଙ୍କୁ ଡାକିଥିଲେ । ଏହାପରେ ମହିଳାଙ୍କ ଶ୍ବଶୁର ଯୁବକକୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏଥିରୁ ବାଦ ପଡିନଥିଲେ ବୋହୂ।

womanଘଟଣା ପ୍ରଘଟ ହେବା ପରେ ଗାଁ ମଝିରେ ଉଭୟଙ୍କୁ ଅପମାନ ହେବାକୁ ପଡିଥିଲା। ରାସ୍ତା ମଝିରେ ବିବାହିତ ମହିଳାଙ୍କୁ ଗାଁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ଉଭୟ ବାପ ଘର ଏବଂ ଶ୍ବଶୁର ଘର ଲୋକ। ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଭୟଙ୍କ ପରିବାର ମିଶି ସେମାନଙ୍କୁ ବିବାହ କରିଦେଇଥିବା ସୂଚନା ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.