ମୋ ବାପା ଘରକୁ ଗଲେ ମୋ ଜୀବନ ପ୍ରତି ବିପଦ ରହିଛି, ଭିଡିଓ ଜାରି କରି ଜଣାଇଲା ଝିଅ

ଜଳେଶ୍ୱର (କେ ନ୍ୟୁଜ ): ଭୋଗରାଇ ବ୍ଲକ ଦେଉଳା ଗ୍ରାମପଞ୍ଚାୟତର ସାତଗହଳିଆ ଗ୍ରାମର ଗୌତମ କୁମାର ଜେନା ବାଜିତପୁର ପଞ୍ଚାୟତର ଶ୍ରୀହରି ଜେନାଙ୍କ ଝିଅ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କ ଗଢି ଉଠିଥିଲା। ମାତ୍ର ପୁଅ ନୀଚ ଜାତିର ହୋଇଥିବା ଯୋଗୁଁ ଝିଅ ଘର ଲୋକେ ବାହା କରିବାକୁ ରାଜି ହୋଇନଥିଲେ। ତା’ ପରେ ସେମାନେ ଦୁହେଁ ପରସ୍ପରକୁ ବିବାହ କରିବେ ବୋଲି ସ୍ଥିର କରିବା ପରେ ଘରୁ ଫେରାର ହୋଇଯାଇଥିଲେ। ସେମାନେ ଘରୁ ଫେରାର ହୋଇ ଦିଲ୍ଲୀ ଯିବା ପରେ ସେଠାରେ ଓକିଲ ସହାୟତାରେ ବିବାହ କରିଥିଲେ। କିନ୍ତୁ ଝିଅ ଘର ଲୋକେ ତାଙ୍କ ଝିଅକୁ କେହି ଅପହରଣ କରିନେଇଥିବା କହି ତାଳସାରି ମେରାଇନ ଥାନରେ ଅଭିଯୋଗ କରିଥିଲେ।

ଗତ କିଛିଦିନ ତଳେ କରୋନା ଯୋଗୁଁ ଫରୋର ହୋଇଥିବା ପ୍ରେମୀ ଯୁଗଳ ଦିଲ୍ଲୀରୁ ଫେରି ଆସିବା ପରେ ଗାଁରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ପରେ ପୋଲିସ ଖବର ପାଇଁ କ୍ୱାରେଣ୍ଟାଇନ ସେଣ୍ଟରକୁ ଆସି ସେମାନଙ୍କ ଠାରୁ ବୟାନ ନେଇଥିଲେ। ପରେ ଝିଅକୁ ଜଳେଶ୍ୱର କୋର୍ଟରେ ହାଜିର ହୋଇ ବୟାନ ରଖିବାକୁ କହିଥିଲେ । କିନ୍ତୁ ପୋଲିସ ପ୍ରେମୀ ଯୁଗଳକୁ ନ ନେଇ ଏକାକୀ ଝିଅକୁ ନେଇଥିଲା। ଯାହାର ବିରୋଧ କରିଥିଲେ ପ୍ରିୟଙ୍କା ଜେନା। ପ୍ରିୟଙ୍କା ଏକ ଭିଡିଓ ସେୟାର କରି କହିଛନ୍ତି, ମୁଁ ଚାରି ମାସର ଗର୍ଭବତୀ ରହିଛି। ମୋତେ ଶାରୀରିକ ଅସୁସ୍ଥତା ଲାଗୁଛି। ଏହି ସମୟରେ ମୋ ସ୍ୱାମୀ ମୋ ପାଖରେ ରହିବା ଉଚିତ। କିନ୍ତୁ ପୋଲିସ ମୋତେ ଏକା ନେଇ ମୋ ବାପା ଘରକୁ ନେଇଯାଇପାରନ୍ତି। ଯେଉଁଠାରେ ମୋ ଜୀବନକୁ ବିପଦ ରହିଛି ବୋଲି କହିଛନ୍ତି। ତା’ ପରେ ପ୍ରିୟଙ୍କା ଏସଡିପିଓଙ୍କୁ ଫୋନ କରି ତାଙ୍କ ସହ ତାଙ୍କ ନଣଦେଇଙ୍କୁ ନେଇଯିବା ପାଇଁ ଅନୁମତି ମାଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.