NTA କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୮ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

NEET ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି । NEET କାଉନସେଲିଂ ଉପରେ ରୋକ୍ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ NTA କୁ ନୋଟିସ୍ ଜାରି କରି ଜବାବ ମଗାଯାଇଛି । ଉତ୍ତର ପାଇବା ପରେ ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

NEET ପରୀକ୍ଷା ପେପର ଲିକ୍‌ କାରଣରୁ ପରୀକ୍ଷା ରଦ୍ଦ ଏବଂ ଆଉଥରେ ପରୀକ୍ଷା କରିବାକୁ ଦାବି ହୋଇଥିବା ଯାଚିକାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିମ ଅହସାନୁଦ୍ଦିନ ଅମାନୁଲ୍ଲାହ ବେଞ୍ଚ କରିଥିଲେ । ଏହି ମାମଲାର ଶୁଣାଣି କରି ନ୍ୟାଶନାଲ୍ ଟେଷ୍ଟି ଏଜେନ୍ସି ତଥା ଏନଟିଏକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷାର ସ୍ୱଚ୍ଛତା ପ୍ରଭାବିତ ହୋଇଛି । ଏଥିପାଇଁ ଏନଟିଏକୁ ନୋଟିସ୍ ଜାରି କରି ଜବାବ ମଗାଯାଇଛି । ଉତ୍ତର ପାଇବା ପରେ ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବୁ ।

ସୂଚନାଯୋଗ୍ୟ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜୁନ ୪ ରେ NEET UG-୨୦୨୪ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା । ୬୭ ଜଣ ପରୀକ୍ଷାର୍ଥୀ ଏଥିରେ ଟପ୍ପର ହୋଇଛନ୍ତି । ଫଳାଫଳରେ ବହୁ ପରିମାଣରେ ଅନିୟମିତତା ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। NEET UG-୨୦୨୪ ରେଜଲ୍ଟ ପ୍ରକାଶିତ ହେବା ପରେ ଏହାକୁ ନେଇ ବିବାଦ ଜାରି ରହିଛି ।

Leave A Reply

Your email address will not be published.