Below header

ପପ ଅପ ସେଲ୍ଫି କ୍ୟାମେରା ସହିତ ଲଞ୍ଚ ହେଲା Moto One Fusion+, ଜାଣନ୍ତୁ କଣ ରହିଛି ଫିଚର ଓ ସ୍ପେସିଫିକେସନ

ପପ ଅପ ସେଲ୍ଫି କ୍ୟାମେରା ସହ ନିଜର ଦ୍ଵିତୀୟ ଫୋନ ଲଞ୍ଚ କରିଛି ମୋଟୋରୋଲା କମ୍ପାନୀ ।  ଏହାର ନାମ କମ୍ପାନୀ ତରଫରୁ Moto One Fusion + ରଖାଯାଇଛି ।  ଏହା ୟୁଜର୍ସ ମାନଙ୍କୁ ପଞ୍ଚ ହୋଲ ଅସୁବିଧାକୁ ସମ୍ମୁଖୀନ କରି ପାରିବ ।  ସୂଚନା ଦେବା ଯୋଗ୍ୟକି, ଏହି ସୁବିଧା ଏଯାବତ କମ୍ପାନୀର ଗୋଟିଏ ସେଟରେ ହିଁ ମହଜୂତ ଥିଲା ।  ଏହା 6.5 ଇଞ୍ଚ ବିଶିଷ୍ଟ ଭିଜନକୁ ଦାଗହୀନ ରଖିବ ।  ଆଉ ମଧ୍ୟ ଏହି ଫୋନରେ ଗ୍ରାହକଙ୍କୁ IPS LCD ସମେତ 1080p + ରିଜୋଲୁସନ ଓ HDR10 ସୁବିଧା ମିଳିପାରିବ । ଫୋନର ସେଲ୍ଫି କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୧୬ MP ସେନ୍ସର କ୍ୟାମେରା ଥିବା ସହ ଦରକାର ସମୟରେ ଏହାକୁ ବଢାଯାଇ ପାରିବ । ଆଉ ଫୋନର ପଛ ପଟରେ ସୁରକ୍ଷା ଦୃଷ୍ଟିରୁ ଏଥିରେ ଏକ ଫିଙ୍ଗର ପ୍ରିଣ୍ଟ ରିଡ଼ର ସୁବିଧା ମଧ୍ୟ ଦିଆଯାଇଛି ।

 

moto 2

ମୋଟୋ କମ୍ପାନୀ ଦ୍ୱାରା ଲଞ୍ଚ ହୋଇଥିବା ଏହି ଫୋନ ଡ଼ିଜାଇନ Moto One Hyper ସହ ପାଖାପାଖି ସମାନ ରହିଛି । କିନ୍ତୁ ଏଥିରେ ୟୁଜର ମାନଙ୍କୁ ୩୨ MP ପପ -ଅପ ସେଲ୍ଫି କ୍ୟାମେରା ସୁବିଧା ବି ମିଳିପାରିବ । ବ୍ୟାକରେ ଥିବା ଫୋନର ମେନ କ୍ୟାମେରାରେ ୬୪MP ସେନ୍ସର ସୁବିଧା ଦିଆଯାଇଛି । ଆଉ ମଧ୍ୟ Hyper ସେଟ ପରି ଏଥିରେ ମଧ୍ୟ f /1.8 ଆପାରେଚର ଓ କ୍ୱାଡ ବେୟାର ଡ଼ିଜାଇନ ବି ମହଜୂତ ଅଛି । ଯାହାକି ଭଲ ଲାଇଟ ପରଫର୍ମାନସ ସୁବିଧା ଯୋଗାଇ ପାରିବ । ଏହା ସହ ଏହି ସେଟରେ 8 MP ଅଲଟ୍ରାୱାଇଡ – ଆଙ୍ଗଲ,  ୫ MPର ମାକ୍ରୋ କ୍ୟାମ ସହ 2 MPର ଡେ଼ପଥ ସେନ୍ସର ସୁବିଧା ବି ମିଳିପାରିବ ।

Motorola One Fusion+ ଫୋନ ସ୍ନାପଡ୍ରାଗନ ୭୩୦ ଦ୍ୱାରା ପାୱାର ପାଇ ପାରିବ । ଏହା ବାଦ ଏହି ସେଟରେ 6GB ରାମ ସମେତ ୧୨୮ GBର ଷ୍ଟୋରେଜ ସୁବିଧା ବି ଦିଆଯାଇଛି । ଦରକାର ହେଲେ ଏହାକୁ micro SD କାର୍ଡ ସାହାଯ୍ୟରେ  ୧ TB ପର୍ଯ୍ୟନ୍ତ ବଢାଯାଇପାରିବ । କିନ୍ତୁ ଏଥିରେ ଥିବା ହାଇବ୍ରିଡ଼ କାର୍ଡ଼ କାରଣରୁ ୟୁଜର ମାନେ ମାତ୍ର ଗୋଟିଏ ହିଁ ସିମ କାର୍ଡ ବ୍ୟବହାର କରିପାରିବେ । କିନ୍ତୁ ଏଥିରେ ୩.୫ mm ହେଡ଼ଫୋନ ଯାକ ଓ FM ରେଡ଼ିଓ ରିସିଭର ଫ୍ୟାସିଲିଟି ମଧ୍ୟ ଅଛି । ଏଥିରେ ଦିଆଯାଇଥିବା USB -C ପୋର୍ଟ ୧୫ W ଓ ୫୦୦୦ mAh ବ୍ୟାଟେରୀ ଫାଷ୍ଟ ଚାରଜିଙ୍ଗ ସୁବିଧା ଦେଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.