ରାଜ୍ୟ

ପରକୀୟା ପ୍ରୀତି ପଡିଲା ମହଙ୍ଗା: ବିବାହିତା ମହିଳା ଓ ରସିକିଆ ପ୍ରେମିକଙ୍କୁ ଉତ୍ତମ ମଧ୍ୟମ ଦେଲେ ଉଭୟ ବାପଘର ଓ ଶ୍ବଶୁର ଘର ଲୋକେ

ଅନୁଗୁଳ: ପରକୀୟା ପ୍ରୀତି ପଡିଲା ମହଙ୍ଗା । ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତ ମହିଳା। ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ। ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଦେଖିବାକୁ ମିଳିଛି ।

ଟାପଢୋଲ ଗ୍ରାମର ମହିଳା ଜଣକ ବିବାହିତା ଓ ତାଙ୍କର ୪ ବର୍ଷର ଛୋଟ ପିଲା ଟିଏ ଅଛି । ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ରହି ଚାକିରି କରନ୍ତି ସ୍ୱାମୀ । ହେଲେ ମିସ୍ କଲ୍ ରୁ ଜଣେ ଯୁବକଙ୍କ ସହିତ ମହିଳା ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉକ୍ତ ଯୁବକ ଜଣଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମରେ ।

ସୂଚନା ଅନୁସାୟୀ ବିବାହିତ ମହିଳାଙ୍କ ଘରକୁ ଯୁବକ ଜଣଙ୍କ ରାତିରେ ଆସିଥିଲେ ଏବଂ ଉଭୟ ଅନୈତିକ କାର୍ଯ୍ୟ କରୁଥିବାବେଳେ ଏହା ଶ୍ବଶୁରଙ୍କ ନଜରରେ ପଡିଥିଲା । ଏହା ପରେ ଶ୍ବଶୁର ପ୍ରଥମେ ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ  ଦେଇଥିଲେ । ଏହାପରେ ଘରର ଅନ୍ୟ ସଦସ୍ୟମାନଙ୍କୁ ଡାକିଥିଲେ । ଏହାପରେ ମହିଳାଙ୍କ ଶ୍ବଶୁର ଯୁବକକୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏଥିରୁ ବାଦ ପଡିନଥିଲେ ବୋହୂ।

ଘଟଣା ପ୍ରଘଟ ହେବା ପରେ ଗାଁ ମଝିରେ ଉଭୟଙ୍କୁ ଅପମାନ ହେବାକୁ ପଡିଥିଲା। ରାସ୍ତା ମଝିରେ ବିବାହିତ ମହିଳାଙ୍କୁ ଗାଁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ଉଭୟ ବାପ ଘର ଏବଂ ଶ୍ବଶୁର ଘର ଲୋକ। ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଭୟଙ୍କ ପରିବାର ମିଶି ସେମାନଙ୍କୁ ବିବାହ କରିଦେଇଥିବା ସୂଚନା ମିଳିଛି l

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

19 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

38 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

46 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago