ସ୍ପେଶାଲ

ସୁନ୍ଦର ଚେହେରା ପଛରେ ରହିଛି ଅସରନ୍ତି ଦୁଃଖ, ରଙ୍ଗତୂଳୀ ମାଧ୍ୟମରେ ନିଜ ମନ କଥା କହୁଛନ୍ତି ସୁପ୍ରିୟା

ସାରା ଦୁନିଆକୁ ନିଜ ତୁଳିରେ ଆଙ୍କି ଚାଲନ୍ତି ସେ । ପ୍ରକୃତିର ସବୁ ରଂଗକୁ କାନଭାସରେ ବୋଳି ଚାଲନ୍ତି ସେ । ତାଙ୍କ ଚିତ୍ରରେ ରହିଛି ସ୍ୱତନ୍ତ୍ରତା । ତାଙ୍କ ଭାବନାରେ ଅଛି ପବିତ୍ରତା । କାରଣ ଆପଣ ଓ ଆମଠୁ ଭିନ୍ନ ସେ । କେବେ ଶୁଣି ନାହାନ୍ତି ନିଜ ମାଙ୍କ ମଧୁର ଡାକ । କେବେ ନିଜ ଭଉଣୀକୁ ଡାକି ପାରିନାହାନ୍ତି । ସୁନ୍ଦର ଚେହେରା । ସଦା ହସ ହସ । ନିର୍ମାୟା ମୁହଁ । ବିଶ୍ୱାସ କରନ୍ତୁ ଏଇ ଚେହେରା ଆପଣଙ୍କ ମନ କିଣିନେବ । ତାଠୁ ଆପଣ ଅଧିକ ଖୁସି ହେବେ ଯେତେବେଳେ ଝିଅଟି ଆଙ୍କିଥିବା ପେଣ୍ଟିଙ୍ଗକୁ ଭଲକି ପାଖରୁ ଦେଖିବେ ।

ଅତି ସୁନ୍ଦର ଚିତ୍ରକଳା । ଯିଏବି ଦେଖିବ ଘଡିଏ ଅଟକି ଯିବ । କାରଣ ପ୍ରତ୍ଯେକଟି ଚିତ୍ର ସତେ ଯେମିତି ଜୀବନ୍ତ ହୋଇଛି । ଝିଅଟିର ପାଟି ନୁହେଁ ତା ହାତର ରଂଗ ତୁଳି କହେ ଅନେକ କଥା । ଚିତ୍ର ହିଁ ବଖାଣିଥାଏ ତାର ମନଗହନର କଥା । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଖାରୀ ଗାଁର ସୁପ୍ରୀୟା ଦାଶଙ୍କ କାହଣୀ । ଗୋଟିଏ କି ଦୁଇଟି ନୁହେଁ ତାଙ୍କ ଘରେ ରହିଛି ଶହଶହ ଚିତ୍ରକଳା । ଭଳିକି ଭଳି ଏସବୁ ଚିତ୍ରକୁ ଦେଖିଲେ ଯେକେହିବି ପ୍ରଶଂସା ନକରି ରହହିପାରି ନାହିଁ । ଟିକିଏ ଫୁରସତ ମିଳିଳେ ରଂଗତୁଳି ନେଇ ଚିତ୍ର ଆଙ୍କିବାରେ ଲାଗିପଡନ୍ତି ସୁପ୍ରୀୟା । ଆଉ ଏହି ଅଭ୍ଯାସ ତାଙ୍କର ପିଲାଦିନରୁ ରହିଛି । ପ୍ରଥମେ ଚକ୍‌ କି ପେନସିଲରେ ଆଙ୍କୁଥିଲେ ଭଳିକି ଭଳି ଚିତ୍ର । ହେଲେ ଏବେ ପରିବାରବର୍ଗଙ୍କ ସହଯୋଗରେ ଏବେ ତାଙ୍କର ରଂଗତୁଳି କହୁଛି ଅନେକ କଥା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୁପ୍ରୀୟା ଜଣେ କଥା କହିପାରୁନଥିବା ଏବଂ ଶୁଣିପାରିନଥିବା ଝିଅ ମାତ୍ର ନିଜର ଚିତ୍ରକଳା ଯୋଗୁଁ ସୁପ୍ରିୟାଙ୍କ କ୍ଷାତି କହିଲେ ନସରେ।

ଦେବାଦେବୀଙ୍କ ଚିତ୍ର ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ, ସାମାଜିକ,ଅର୍ଥନୈତିକ କି ସାଂସ୍କୃତିକ ଚିତ୍ର । ସବୁଥିରେ ଭରି ରହିଛି ତାଙ୍କର କଳାର ନିପୁଣତା। ସୁପ୍ରିୟା ଏବେ ପ୍ଲସ ଟୁ ପାସ କରିସାରିଛନ୍ତି। ଭୁବନେଶ୍ୱରରେ ରହି ଚିତ୍ରକଳାରେ ତାଲିମ ନେବାକୁ ଲକ୍ଷ୍ୟ ରଖିଛନ୍ତି ସୁପ୍ରିୟା ମାତ୍ର ଏଥିପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥ।

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago