ସାରା ଦୁନିଆକୁ ନିଜ ତୁଳିରେ ଆଙ୍କି ଚାଲନ୍ତି ସେ । ପ୍ରକୃତିର ସବୁ ରଂଗକୁ କାନଭାସରେ ବୋଳି ଚାଲନ୍ତି ସେ । ତାଙ୍କ ଚିତ୍ରରେ ରହିଛି ସ୍ୱତନ୍ତ୍ରତା । ତାଙ୍କ ଭାବନାରେ ଅଛି ପବିତ୍ରତା । କାରଣ ଆପଣ ଓ ଆମଠୁ ଭିନ୍ନ ସେ । କେବେ ଶୁଣି ନାହାନ୍ତି ନିଜ ମାଙ୍କ ମଧୁର ଡାକ । କେବେ ନିଜ ଭଉଣୀକୁ ଡାକି ପାରିନାହାନ୍ତି । ସୁନ୍ଦର ଚେହେରା । ସଦା ହସ ହସ । ନିର୍ମାୟା ମୁହଁ । ବିଶ୍ୱାସ କରନ୍ତୁ ଏଇ ଚେହେରା ଆପଣଙ୍କ ମନ କିଣିନେବ । ତାଠୁ ଆପଣ ଅଧିକ ଖୁସି ହେବେ ଯେତେବେଳେ ଝିଅଟି ଆଙ୍କିଥିବା ପେଣ୍ଟିଙ୍ଗକୁ ଭଲକି ପାଖରୁ ଦେଖିବେ ।
ଅତି ସୁନ୍ଦର ଚିତ୍ରକଳା । ଯିଏବି ଦେଖିବ ଘଡିଏ ଅଟକି ଯିବ । କାରଣ ପ୍ରତ୍ଯେକଟି ଚିତ୍ର ସତେ ଯେମିତି ଜୀବନ୍ତ ହୋଇଛି । ଝିଅଟିର ପାଟି ନୁହେଁ ତା ହାତର ରଂଗ ତୁଳି କହେ ଅନେକ କଥା । ଚିତ୍ର ହିଁ ବଖାଣିଥାଏ ତାର ମନଗହନର କଥା । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଖାରୀ ଗାଁର ସୁପ୍ରୀୟା ଦାଶଙ୍କ କାହଣୀ । ଗୋଟିଏ କି ଦୁଇଟି ନୁହେଁ ତାଙ୍କ ଘରେ ରହିଛି ଶହଶହ ଚିତ୍ରକଳା । ଭଳିକି ଭଳି ଏସବୁ ଚିତ୍ରକୁ ଦେଖିଲେ ଯେକେହିବି ପ୍ରଶଂସା ନକରି ରହହିପାରି ନାହିଁ । ଟିକିଏ ଫୁରସତ ମିଳିଳେ ରଂଗତୁଳି ନେଇ ଚିତ୍ର ଆଙ୍କିବାରେ ଲାଗିପଡନ୍ତି ସୁପ୍ରୀୟା । ଆଉ ଏହି ଅଭ୍ଯାସ ତାଙ୍କର ପିଲାଦିନରୁ ରହିଛି । ପ୍ରଥମେ ଚକ୍ କି ପେନସିଲରେ ଆଙ୍କୁଥିଲେ ଭଳିକି ଭଳି ଚିତ୍ର । ହେଲେ ଏବେ ପରିବାରବର୍ଗଙ୍କ ସହଯୋଗରେ ଏବେ ତାଙ୍କର ରଂଗତୁଳି କହୁଛି ଅନେକ କଥା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୁପ୍ରୀୟା ଜଣେ କଥା କହିପାରୁନଥିବା ଏବଂ ଶୁଣିପାରିନଥିବା ଝିଅ ମାତ୍ର ନିଜର ଚିତ୍ରକଳା ଯୋଗୁଁ ସୁପ୍ରିୟାଙ୍କ କ୍ଷାତି କହିଲେ ନସରେ।
ଦେବାଦେବୀଙ୍କ ଚିତ୍ର ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ, ସାମାଜିକ,ଅର୍ଥନୈତିକ କି ସାଂସ୍କୃତିକ ଚିତ୍ର । ସବୁଥିରେ ଭରି ରହିଛି ତାଙ୍କର କଳାର ନିପୁଣତା। ସୁପ୍ରିୟା ଏବେ ପ୍ଲସ ଟୁ ପାସ କରିସାରିଛନ୍ତି। ଭୁବନେଶ୍ୱରରେ ରହି ଚିତ୍ରକଳାରେ ତାଲିମ ନେବାକୁ ଲକ୍ଷ୍ୟ ରଖିଛନ୍ତି ସୁପ୍ରିୟା ମାତ୍ର ଏଥିପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥ।