ସ୍ପେଶାଲ

ସ୍ୱାର୍ଥପର ଦୁନିଆ ସବୁ ମୟା,ମୋହ : ଏଠି ପୁଅ-ଝିଅ, ପରିବାର କିଏ କାହାର ନୁହଁନ୍ତି

ବ୍ରହ୍ମପୁର(କେନ୍ୟୁଜ୍): ପରିବାର । ଯେଉଁଠି ଜଣେ ଜଣଙ୍କ ପାଇଁ ସାହାରା ପାଲଟିଥାଏ । ଆଉ ସେହି ପରିବାରରେ ବାପା ମା ସବୁ ଦୁଃଖ ସୁଖ ଭିତରେ ସଂସାର ରଥକୁ ଚଳାଇ ନିଅନ୍ତି । ସବୁ ବାପା ମା ପିଲା ଜନ୍ମ କରିଥାନ୍ତି ଜୀବନର ଶେଷ ପାହାଚରେ ଟିକେ ସାହାରା ଦେବା ପାଇଁ । ଆଶାବାଡି ଭଳି ସାଥିରେ ରହିବା ପାଇଁ । ହେଲେ ବୟସର ସେହି ମୁହୂର୍ତ୍ତରେ ଯଦି ନିଜ ଜନ୍ମ କଲା ପିଲା ଦୁରେଇ ଦେବେ । ଭାବିଲେ ସେଇ ବାପା ମା ମନ କଣ ହେବ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ପର କରିଦେଲେ ନିଜ ଲୋକେ । କିନ୍ତୁ ଆଉ ସାହା ହେଲା ବ୍ରହ୍ମପୁର ଏମକେସିଜି ମେଡିକାଲ । ମେଡିକାଲର‌ ଡାଇରିଆ ୱାର୍ଡରେ ଏବେ ରହିଛନ୍ତି ଚାରି ଜଣ ଅସହାୟ ବୃଦ୍ଧବୃଦ୍ଧା । ଏହି ଚାରିଜଣଙ୍କ ପରିବାର ଲୋକେ ଓ ପୁଅଝିଅ ରହିଥିଲେ ସୁଦ୍ଧା କେହି ପଚାରୁ ନାହାଁନ୍ତି । ନିଜ ପରିବାର ଲୋକେ ହିଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଦେଇ ଆଉ ତାଙ୍କୁ ନେଇ ନାହାନ୍ତି। ଆଉ ଏଭଳି ବୃଦ୍ଧବୃଦ୍ଧାଙ୍କୁ ଦେଖି ଗତ ୫ ମାସରୁ ଅଧିକ ଦିନ ହେଲା ତାଙ୍କ ଚିକିତ୍ସା ସେବା ଠାରୁ ଆରମ୍ଭ କରି ଲାଳନପାଳନ କରୁଛନ୍ତିି ମେଡିକାଲର କର୍ମଚାରୀ । ନିଜର ପରିବାର ସଦସ୍ୟ ଭାବି କର୍ମଚାରୀ ମାନେ ଏଭଳି ବୃଦ୍ଧବୃଦ୍ଧାଙ୍କ ସମସ୍ତ କାର୍ଯ୍ୟ କରି ଚାଲିଛନ୍ତି ।

ମୃତ୍ୟକୁ ଅପେକ୍ଷା କରି ଦିନ କାଟୁଛନ୍ତି ଏହି ବୃଦ୍ଧବୃଦ୍ଧା । କାରଣ ନା ତାଙ୍କ ପାଖରେ ଆଉ ଜୀବନ ଜିଇଁବାକୁ ଇଚ୍ଛା ନାହିଁ। ଏହି ବୟସର ନ୍ୟାୟ ପାଇବା ପାଇଁ ଲଢିବାର ଆଶା ଅଛି । କାହିଁକି ନା ସେମାନେ ଏବେ ଏକ ପ୍ରକାରର ଅଲୋଡ଼ା ପାଲଟି ଯାଇଛନ୍ତି ନିଜ ରକ୍ତର ପୁଅ ଝିଅ ଓ ପରିବାର ପାଇଁ । ଆଉ କୈାଣସି ଉପାୟ ନ ପାଇ ଗୋଟିଏ କଠୋରୀର ଚାରି କାନ୍ଥ ମଧ୍ୟରେ ସେଭଳି ନିଜର ଭାଗ୍ୟକୁ ଆଦରି ପଡି ରହିଛନ୍ତି ।

ଦୁଃଖର କଥା ଏହି ସମସ୍ତ ଅସହାୟ ବୃଦ୍ଧବୃଦ୍ଧାଙ୍କ ନିଜର ପରିବାର ରହିବା ସହ ନିଜ ପୁଅ ଓ ଝିଅ ମଧ୍ୟ ରହିଛନ୍ତି । ଏଥିମଧ୍ୟରେ କିଛି ବୃଦ୍ଧବୃଦ୍ଧାଙ୍କ ନିଜ ପୁଅ ଓ ଝିଅ ମାନେ ହିଁ ଅସୁସ୍ଥ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ଚିକିତ୍ସା ପାଇ ସୁସ୍ଥ ହେବା ପରେ ମଧ୍ୟ ନିଜ ବାପା ମା ମାନଙ୍କୁ ନେଲେ ନାହିଁ। ଆଉ ଏସବୁ ଜାଣିବା ପରେ ନିଜ ପରିବାର ତଥା ପୁଅ ଝିଅଙ୍କ ପ୍ରତି ଘୃଣା ଭାବ କରି ମେଡିକାଲରେ ହିଁ ତାଙ୍କ ପାଇଁ ସବୁକିଛି ଓ ଏଠାରେ ହିଁ ଖାଇପିଇ ଜୀବନ ଚାଲିଯିବା ପର୍ଯ୍ୟନ୍ତ ରହିବେ ବୋଲି କହିଛନ୍ତି ଏହି ଅସହାୟ ବୃଦ୍ଧବୃଦ୍ଧା ମାନେ ।

ନିଜ ପରିବାର ଓ ପୁଅଝିଅ ପର କରିଦେବା ପରେ ଏବେ ଏହି ବୃଦ୍ଧବୃଦ୍ଧାଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରିଛନ୍ତି ମେଡିକାଲର କର୍ମଚାରୀ ଓ କିଛି ଏନଜିଓର ମହିଳା ମାନେ । ମେଡିକାଲରେ ଅସହାୟ ଭାବେ ପଡ଼ି ରହିଥିବା ଏହି ବୃଦ୍ଧବୃଦ୍ଧାଙ୍କୁ ଗାଧୋଇବା, ଖୁଆଇବା, ମୁଣ୍ଡ କୁଣ୍ଡାଇବା ଭଳି ସମସ୍ତ ପ୍ରକାରର କାର୍ଯ୍ୟ କରିଥାନ୍ତି ଏମାନେ ।

ସେପଟେ ଏହି ବୃଦ୍ଧବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକେ ଛାଡିଦେବା ପରେ ସେମାନଙ୍କ ରହିବା ଠାରୁ ଆରମ୍ଭ କରି ଚିକିତ୍ସା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ମେଡିକାଲ ପକ୍ଷରୁ କରାଯାଇଛି । ପୂର୍ବରୁ ୭ ଜଣ ଏଭଳି ବୃଦ୍ଧବୃଦ୍ଧା ରହୁଥିବା ବେଳେ ତିନି ଜଣ ନିଜ ପରିବାର ପାଖକୁ ଫେରିଛନ୍ତି ‌। ବର୍ତ୍ତମାନ ରହିଥିବା ଚାରିଜଣ ସହାୟକ ବୃଦ୍ଧବୃଦ୍ଧା ମାନେ ନିଜ ପରିବାର ପାଖକୁ ଯିବାକୁ ଚାହୁଁନଥିବା ବେଳେ ବର୍ତ୍ତମାନ ସମସ୍ତ ବୃଦ୍ଧବୃଦ୍ଧା ସୁସ୍ଥ ଥିବା ବେଳେ ତାଙ୍କ ପରିବାର ଲୋକେ ନିଜ ବାପା ମାଙ୍କ ଦାୟିତ୍ୱ ନେଅନ୍ତୁ ବୋଲି ଅନୁରୋଧ କରିଛନ୍ତି ମେଡିକାଲର ରେଜିଷ୍ଟ୍ରାର।

ବୟସର ଅପରାହ୍ନରେ ନିଜ ପୁଅ ଝିଅ ଓ ପରିବାର ଲୋକେ ବୃଦ୍ଧବୃଦ୍ଧାଙ୍କୁ ମେଡିକାଲରେ ଅସହାୟ ଭାବେ ଛାଡି ଚାଲିଯାଇଥିବା ସତ ହେଲେ ମେଡିକାଲ କର୍ମଚାରୀ ଓ ଏନଜିଓ ମହିଳାମାନେ ଯେଉଁଭଳି ଭାବେ ସେମାନଙ୍କୁ ଆପଣେଇ ନେଇଛନ୍ତି, ସେଥିପାଇଁ ବିଭିନ୍ନ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଉଛି । ଏପଟେ ଏଭଳି ଏକ ଘଟଣା ପଦାକୁ ଆସିବା ପରେ ଦେଖାଯାଉ ସେହି ସୁଯୋଗ୍ୟ ସନ୍ତାନ ମାନେ ନିଜ ଭୂଲ୍ ମାନି ବୃଦ୍ଧ ବାପା ମାଙ୍କ ପ୍ରତି ନିଜ ଦାୟିତ୍ୱ ତୁଲାଉଛନ୍ତି ନା ନାହିଁ।

 

 

 

Sonalisa

Recent Posts

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

45 seconds ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

8 mins ago

ମୋ ବସ୍‌ ରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ, ପଛରୁ ପିଟିଲା ଟ୍ରକ୍‌

କଟକ : କାହାର ହାତରେ ଲାଗିଛି ଆଘାତ ତ କାହା ମୁଣ୍ଡରୁ ବାହାରୁଛି ରକ୍ତ । ଅନେକ ଲୋକ ଆହତ…

12 mins ago

ମୋଦିଙ୍କ ଶପଥ ଗ୍ରହଣ ସମାରୋହ : ୭୦୦୦ ହଜାର ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭.୧୫ ମିନିଟରେ ମୋଦି…

28 mins ago

ଶ୍ରୀମନ୍ଦିର ପରିସରରେ ପୁଣି ଲାଗିଲା ଲାଇଟ, କିଛି ଦିନ ତଳେ ଖୋଲି ଦେଇଥିଲା କଣ୍ଟ୍ରାକ୍ଟର

 କେନ୍ୟୁଜ(ବ୍ୟୁରୋ) : ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ପୁଣି ଥରେ ହୋଇଛି ବ୍ୟବସ୍ଥା । ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣର…

31 mins ago

୧୭ ବର୍ଷ ତଳର ଫିଲ୍ମ ‘ଜବ୍‌ ୱି ମେଟ୍‌ ’କୁ ମନେ ପକାଇଲେ ଫ୍ୟାନ୍ସ, ‘ୟେ ଇଶ୍କ ହାଏ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ବେବୋ

କରୀନା କପୁର ଅନେକ ବ୍ଲକବଷ୍ଟର ଫିଲ୍ମରେ କାମ କରିଛନ୍ତି । ଯେପରି 'କବି ଖୁସି କଭି ଗମ'ର' ପୂଜା 'ଠାରୁ…

32 mins ago