ସ୍ପେଶାଲ

ହାଫ୍‌ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତି ସାବଧାନ! ଯାଇପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ : ହାଫ୍‌ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତି ସାବଧାନ। ଏଣିକି ଆଉ ଯାଇପାରିବେନି ବ୍ୟାଙ୍କ। ହାଫ୍‌ ପ୍ୟାଣ୍ଟ ପିନ୍ଧିଲେ ବ୍ୟାଙ୍କରେ ଏଣ୍ଟ୍ରି ମନା। ଏଭଳି କିଛି ଅଜବ ପ୍ରତିବନ୍ଧକ ଲଗାଇଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର କାନାରା ବ୍ୟାଙ୍କ। ଅଧା ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଆସୁଥିବା ଗ୍ରାହକଙ୍କୁ ବାରଣ କରାଯାଇଛି। କାନାରା ବ୍ୟାଙ୍କର ଏକ ଶାଖା ଜିଲ୍ଲାର କିଶାନପୁର ବାହାଲ ଗାଁରେ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ବ୍ୟାଙ୍କର ଗେଟ୍‌ ବାହାରେ ଏକ ନୋଟିସ୍‌ ଲଗାଯାଇଛି। ଏଥିରେ ହାଫ୍‌ ପ୍ୟାଣ୍ଟ ପିନ୍ଧିଥିବା ଗ୍ରାହକ ବ୍ୟାଙ୍କ ଭିତରକୁ ପ୍ରବେଶ ମନା ବୋଲି ଉଲ୍ଲେଖ ରହିଛି।

କିଶାନପୁର ବ୍ୟତୀତ ନିକଟସ୍ଥ ଅନେକ ଗାଁର ଏକାଧିକ ଆକାଉଣ୍ଟଧାରୀ କାନାରା ବ୍ୟାଙ୍କର ଏହି ଶାଖା ସହ ଜଡିତ। ଏହି ସମୟରେ, କାରବାର ପାଇଁ ବ୍ୟାଙ୍କକୁ ଆସିଥିବା ଅନେକ ଗ୍ରାହକ ହାଫ୍‌ ପ୍ୟାଣ୍ଟ ପିନ୍ଧି ଆସନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ ବ୍ୟାଙ୍କ ଏହି ନିର୍ଦ୍ଦେଶ ଜାରି କରିଛି । ଏପରିକି ଫାଟକ ବାହାରେ ଏକ ବିଜ୍ଞପ୍ତି ଲାଗଯାଇଛି ଯେ କୌଣସି ଗ୍ରାହକ ଅଧା ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ଉଚିତ୍ ନୁହେଁ। ଏଥିସହ ହାଫ୍‌ ପ୍ୟାଣ୍ଟ ପିନ୍ଧି ଆସୁଥିବା କୌଣସି ବି ଗ୍ରାହକଙ୍କୁ ବ୍ୟାଙ୍କ ଭିତରେ ଏଣ୍ଟ୍ରି ନଦେବାକୁ ସୁରକ୍ଷାକର୍ମୀଙ୍କୁ ମ୍ୟାନେଜର ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ମହିଳା କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି। ରିପୋର୍ଟ ଅନୁଯାୟୀ, ମହିଳା କର୍ମଚାରୀମାନେ ମଧ୍ୟ ଏହିପରି ଗ୍ରାହକଙ୍କୁ ଅନେକ ଥର ବାଧା ଦେଇଥିଲେ, କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ଏହାପରେ ସେମାନେ ବ୍ୟାଙ୍କର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ କହିବା ମୁତାବକ, ବ୍ୟାଙ୍କକୁ ମହିଳା ଏବଂ ପୁରୁଷ ଉଭୟ ପ୍ରକାରର ଗ୍ରାହକ ଆସନ୍ତି। ତେଣୁ ଗ୍ରାହକଙ୍କୁ ସଭ୍ୟତାର ସହ ପୋଷାକ ପିନ୍ଧି ବ୍ୟାଙ୍କ ଆସିବାକୁ ସଚେତନ କରାଇବା ପାଇଁ ଏଭଳି ପଦେକ୍ଷପ ନିଆଯାଇଛି।

Barsha

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago