Categories: ସ୍ପେଶାଲ

କେନ୍ଦୁଝରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ, ଜାଣନ୍ତୁ ଏହାର କିମ୍ବଦନ୍ତୀ ସମ୍ପର୍କରେ କିଛି ରୋଚକ କଥା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକର ଡୁମୁରିଆ ପଞ୍ଚାୟତର ବାଲିଯୋଡି ଗାଁ ଦେଇ ବହିଯାଇଛି ପୁଣ୍ୟତୟା ବୈତରଣୀ। ଆଉ ଏହାର ପାଦ ଦେଶରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ । ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ ।

କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ପାଣ୍ଡବ ଭ୍ରାତାଗଣ ବନବାସ ସମୟରେ ଏଠି ରହିଥିବା ନେଇ ବିଶ୍ୱାସ ରହିଛି । ମଧ୍ୟମ ପାଣ୍ଡମ ଭୀମ ଏହି ବୈତରଣୀର କ୍ଷୀଣ ଜଳଧାରାରେ ଶୋଇରହି ସ୍ନାନ କରିବା ସମୟରେ ଭୀମଙ୍କ ପ୍ରକାଣ୍ଡ ଶରୀରରେ ବୈତରଣୀ କ୍ଷୀଣ ହୋଇଯାଇଥିଲା । ଫଳରେ ଜଳାଧାର ବାଧାପ୍ରାପ୍ତ ହୋଇ ଜଳରାଶି ନିମ୍ନଗାମୀ ହେବାରୁ ଏଠାରେ ଏକ ଗଣ୍ଡ ସୃଷ୍ଟି ହୋଇଥିଲା । ଯାହା ଭୀମକୁଣ୍ଡ ନାଁରେ ନାମିତ । ଗଙ୍ଗା ସଦୃଶ ପବିତ୍ର ଏ ନଦୀଜଳରେ ମକର ସଂକ୍ରାନ୍ତିରେ ସ୍ନାନକଲେ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି ।

ପାଣ୍ଡବ ଭ୍ରାତାଙ୍କର ଅନେକ ବାହନ ଏବେ ଏଠାରେ ପଥର ହୋଇଯାଇଥିବା ଦେଖିବାକୁ ମିଳେ। ଏଠାରେ କଳା ପଥରରେ ଏକ ରାସ୍ତା ଲମ୍ବି ଯାଇଛି । ତାହା ପାଣ୍ଡବ ମାନଙ୍କର ରାସ୍ତା ଥିଲା ବୋଲି କିମ୍ବଦନ୍ତୀ କହେ । ଏହା ସହ ପାଣ୍ଡବ ମାନଙ୍କର ପଥରରେ ପାଦଚିହ୍ନ, ଖାଇବା ଥାଳ ଏବେ ବି ଦେଖିବାକୁ ମିଳିଥାଏ ।

ଏହି ସ୍ଥାନଟି ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା ବେଳେ କେନ୍ଦୁଝର ସୀମାନ୍ତରେ ପର୍ଯ୍ୟଟକଙ୍କ ପାଇଁ ଡାକ ବଙ୍ଗଳା ସମେତ ଭୋଜି କରିବା ପାଇଁ ପୀଣ୍ଡି, ଓ୍ଵାଚ ଟାଓ୍ଵାର ଓ ପାନୀୟ ଜଳ ବ୍ୟବସ୍ଥା କରଯାଇଛି । ଅନ୍ୟପଟେ ମୟୂରଭଞ୍ଜ ସିମାନ୍ତରେ ଶିବ ମନ୍ଦିର, ଭୀମଙ୍କ ବିଶାଳ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି ।

ଘଟଗାଁରୁ ଭବାନୀ ପ୍ରସାଦ ମହାନ୍ତିଙ୍କ ରିପୋର୍ଟ,କେନ୍ୟୁଜ୍

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago