ସ୍ପେଶାଲ

ପରମ୍ପରା ଓ ବିଶ୍ୱାସର ପର୍ବ ବିରିପାଣି ଯାତ୍ରା, ଏଠି ପୂଜାର୍ଚ୍ଚନା ମାଧ୍ୟମରେ ଜଣାପଡେ ପ୍ରତି ବର୍ଷର ମୌସୁମୀ

ଜୟପୁର(କେନ୍ୟୁଜ୍): ଗାଁ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ। ଦିଶାରି ଗୁଣିଆ ଶିରାଙ୍କର ଭିଡ ଲାଗିଛି ଗାଁ ମନ୍ଦିରରେ । ହାତରେ ସ୍ଥାନୀୟ ଦେବାଦେବୀଙ୍କ ଲାଠି । ଠାକୁରାଣି ଙ୍କ ସ୍ପର୍ଶ ପାଇବା ପାଇଁ ଧାଡିଧାଡି ହୋଇ ତଳେ ବସିଛନ୍ତି ଶ୍ରଦ୍ଧାଳୁ । ପାହାଡ ଉପରେ ପୂଜାପରେ ଜଣାପଡିବ ବର୍ଷାର ଆକଳନ । ଆଧୁନିକ ତଥା ବିଜ୍ଞାନ ଯୁଗରେ ପରମ୍ପରା ଓ ବିଶ୍ୱାସ ଭିତରେ ହିଁ ବଞ୍ଚିଛନ୍ତି ଏମାନେ। କାରଣ ପାହାଡ ଖୋଲର ପାଣି କରିବ ବର୍ଷାର ଆକଳନ ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ପରମ୍ପରା ଓ ବିଶ୍ବାସ କୁ ନେଇ ପ୍ରକୃତି ସହ ଲୋକେ ପାଳନ୍ତି ଅନେକ ପର୍ବପର୍ବାଣି । ଯେଉଁଠି ପାଣିପାଗର ଗତିବିଧି ପାଇଁ ବିଜ୍ଞାନ ନୁହେଁ ପୂଜାର୍ଚ୍ଚନା ମାଧ୍ୟମରେ ଜଣାପଡେ ପ୍ରତି ବର୍ଷର ମୌସୁମୀ । ଗାଁରେ ଏକାଠି ହୁଅନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଦିଶାରି ଗୁଣିଆ ଶିରା ଗୁରୁମାଇ ଯେଉଁ ମାନଙ୍କୁ  ପୁଜାରି କୁହାଯାଇଥାଏ । ଆଉ ତାପରେ ଗାଁ ମନ୍ଦିରରେ ଆରମ୍ଭ ହୋଇଯାଏ ଦେବୀଙ୍କ ପୂଜାର୍ଚ୍ଚନା ।

ଲୋକକଥା ରହିଛି ବିଶେଷ କରି ପୂଜାରେ ବିରି ବ୍ୟବହୃତ ହୁଏ। କେବଳ ଲକ୍ଷ୍ୟ ବର୍ଷା ତଥା ପାଣିର ଆକଳନ ପାଇଁ । ଏଣୁ ଏହିଯାତ୍ରା ବିରିପାଣି ଯାତ୍ରା ନାମରେ ରାଜାରାଜୁଡା ଅମଳରୁ ଚାଲିଆସୁଛି । ସହର ଉପକଣ୍ଠ ରୁ ମାତ୍ର ୪ କିଲୋମିଟର ଦୁରରେ ଥିବା ଗଡପଦର ଗାଁରେ ବିରିପାଣି ଯାତ୍ରା ବିଶ୍ୱାସ ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ବିଜ୍ଞାନ ପାଇଁ ଏକ ଚ୍ୟାଲେଞ୍ଜ । ରାଜାରାଜୁଡା ଅମଳରୁ ବିରପାଣି ଯାତ୍ରା ମାଧ୍ଯମରେ କେତେ ପରିମାଣରେ ବର୍ଷା ହେବ ତାହାକୁ ପୂର୍ବାନୁମାନ କରି କହିଥାନ୍ତି ମୁଖ୍ୟ ପୂଜକ ବା ଶିରା ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଜ୍ଞାନ କଣ ଜାଣିନଥିବା ଲୋକେ ଏଠି ପରମ୍ପରା ଓ ବିଶ୍ୱାସରେ ମୌସୁମୀର ଆକଳନ କରନ୍ତି । କେତେ ପରିମାଣରେ ବର୍ଷା ହବ ତାହା ସ୍ପଷ୍ଟ ହୁଏ ପୂଜାର୍ଚ୍ଚନା ର ଶେଷ ପର୍ଯ୍ୟାୟରେ । ପରମ୍ପରା ଓ ବିଶ୍ୱାସ ସହ ଜଡିତ ମାନସିକଧାରି ମାନେ ଛେଳି, କୁକୁଡ଼ା, ପାରା ପ୍ରଭୃତି ପୂଜାର୍ଚ୍ଚନା କରନ୍ତି ଗାଁ ଠାକୁରାଣି ପାଖରେ । ପୀଠ ପୂଜା ପରେ ବିରାପାଣି ଦେବୀଙ୍କ ପ୍ରତିକ ଲାଠିସବୁ ପୂଜକ ଙ୍କ ସହ ବାହାରନ୍ତି ନିକଟସ୍ଥ କଣ୍ଡାମାଳି ପାହାଡ ଉପରକୁ ଆଉ ମାନସିକଧାରି ,ଶିରା,ଦିଶାରି, ଗୁଣିଆ ସମସ୍ତେ ଯାଆନ୍ତି ପାହାଡ ଉପରକୁ ।

କଣ୍ଡାମାଳି ପାହାଡ ଉପରେ ମାଁ ବିରିପାଣିଙ୍କ ପୂଜା ସହ ତିନୋଟି ଗର୍ତ୍ତରେ ପୂଜାର୍ଚ୍ଚନା କରିଥାନ୍ତି ମୁଖ୍ୟ ପୂଜକ । ପୂଜା ପରେ ଏକ ନିର୍ଦ୍ଧିଷ୍ଟ ପାହାଡ ଖୋଲରେ ଜୀବନ୍ତ କୁକୁଡ଼ା ଓ ପାରାକୁ ଛଡାଯାଏ କିଛି ସମୟପରେ ଖୋଲରୁ ବାହାରି ଆସେ ପାଣି ଆଉ ସେହି ପାଣିର ଆକଳନ କହେ ଚଳିତ ବର୍ଷର ବର୍ଷା ପରିମାଣ । ବର୍ଷାର ପରିମାଣ ସହ ଚାଷବାସର ଆକଳନ ମଧ୍ୟ କରନ୍ତି ଶିରା ଓ ଦିଶାରି । ଆଉ ଚାଷ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି ଲୋକେ । ପୂଜା ପରେ ସେଠାରୁ ପାଣି ଆଣି ମା ବିରିପାନୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସେଇ ପାଣିକୁ ନେଇଥାନ୍ତି ଶ୍ରଦ୍ଧାଳୁ। ବିଶ୍ୱାସ ରହିଛି ଏହି ପାଣି ସେବନ ଦ୍ଵାରା ରୋଗ ବୈରାଗ ଭଲ ହୁଏ । ଛୋଟପିଲା ମାନଙ୍କୁ ମଧ୍ୟ ବର୍ଷ ତମାମ ଏହି ପାଣି ଦିଅନ୍ତି ଲୋକେ ।

ଆଧୁନିକ ଓ ବିଜ୍ଞାନର ଦୌଡରେ ଆଜିବି ଏଠି ପରମ୍ପରା ଓ ବିଶ୍ୱାସ ସହ ଜଡିତ ଏହି ଯାତ୍ରା । ଏହି ଯାତ୍ରାରେ ଦେବୀଙ୍କ ପାଖରେ ପଶୁପକ୍ଷୀଙ୍କ ରକ୍ତଛିଟା ମଧ୍ୟ ପଡେ । କାହା ପାଇଁ ବିଶ୍ୱାସ ଆଉ କାହା ପାଇଁ ଅନ୍ଧ ବିଶ୍ୱାସ । ତଥାପି ପରମ୍ପରା ରିତିନୀତି ଭିତରେ ପ୍ରତିବର୍ଷ ଲୋକଙ୍କ ଭିଡରେ ଚାଲୁଛି ବିରିପାଣି ଯାତ୍ରା ।

 

Sonalisa

Recent Posts

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

15 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

16 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

26 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

36 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

52 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

53 mins ago