ସ୍ପେଶାଲ

ସମୁଦ୍ରରେ ଭାସିଲା କାର୍, ଡ୍ରାଇଭର କଲେ ଏମିତି କିଛି ଯାହାର ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ଯ ନିଜର ହସ ରୋକି ପାରିବେ ନାହିଁ। ପୂର୍ବରୁ ଏହି ଭିଡିଓକୁ ଅନେକ ଲୋକ ଦେଖି ଆଶ୍ଚର୍ଯ୍ଯ ମଧ୍ଯ ହୋଇଛନ୍ତି। ଭିଡିଓଟିରେ ଗୋଟିଏ କାର୍ ସମୁଦ୍ରରେ ଭାସୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଡ୍ରାଇଭର କାରରୁ ବାହାରି ଗାଡିକୁ ପାଣିରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଜଣେ ଫେସବୁକ୍ ୟୁଜର୍ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି।

ଏହି ଭିଡିଓରେ ଆଗକୁ ଦେଖିବାକୁ ମିଳିଛି, ବ୍ଯକ୍ତି ଜଣଙ୍କୁ ସାହାଯ୍ଯ କରିବା ପାଇଁ ଅନେକ ଲୋକ ଆସିଛନ୍ତି। କିନ୍ତୁ ଶେଷରେ ସମସ୍ତଙ୍କ ପ୍ରୟାସ ବିଫଳ ହୋଇଥିଲା। ଏହାପରେ କାରଟି ଧିରେ ଧିରେ ପାଣିରେ ବୁଡିବାକୁ ଲାଗିଲା ଏବଂ ଭିଡିଓ ମଧ୍ଯ ଶେଷ ହୋଇଛି। ସୂଚନା ମୁତାବକ ଫେସବୁକ୍ ୟୁଜର୍ ଡାଲ୍ବୀ ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, କିଛି ଘଣ୍ଟା ପୂର୍ବରୁ ନିଜ ପିଲାମାନଙ୍କ ସହ ସମୁଦ୍ରରେ ପହଞ୍ଚିଥିଲେ। ସମୁଦ୍ର କୂଳରେ ଜଣେ ବ୍ଯକ୍ତି କାର୍ ରଖି ଜେଟ୍ ବାହାର କରୁଥିବା ସମୟରେ ହିଁ ବଡ ଲହରୀ ଆସି କାରକୁ ପାଣି ଭିତରକୁ ନେଇଯାଇଥିଲା।

video courtesy : Lee Dolby

ସୂଚନା ମୁତାବକ ଏହି ଭିଡିଓକୁ ଗତ ସପ୍ତାହର ଗୁରୁବାର ଦିନ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏହି ଭିଡିଓକୁ ବର୍ତ୍ତମାନ ୩ଲକ୍ଷରୁ ଅଧିକ ଲୋକ ଦେଖିବା ସହ ୩ହଜାରରୁ ଅଧିକ ସେୟାର ଏବଂ ଲାଇକ୍ ମଧ୍ଯ ମିଳିସାରିଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago