Below header

ସମୁଦ୍ରରେ ଭାସିଲା କାର୍, ଡ୍ରାଇଭର କଲେ ଏମିତି କିଛି ଯାହାର ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ଯ ନିଜର ହସ ରୋକି ପାରିବେ ନାହିଁ। ପୂର୍ବରୁ ଏହି ଭିଡିଓକୁ ଅନେକ ଲୋକ ଦେଖି ଆଶ୍ଚର୍ଯ୍ଯ ମଧ୍ଯ ହୋଇଛନ୍ତି। ଭିଡିଓଟିରେ ଗୋଟିଏ କାର୍ ସମୁଦ୍ରରେ ଭାସୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଡ୍ରାଇଭର କାରରୁ ବାହାରି ଗାଡିକୁ ପାଣିରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଜଣେ ଫେସବୁକ୍ ୟୁଜର୍ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି।

car-ଏହି ଭିଡିଓରେ ଆଗକୁ ଦେଖିବାକୁ ମିଳିଛି, ବ୍ଯକ୍ତି ଜଣଙ୍କୁ ସାହାଯ୍ଯ କରିବା ପାଇଁ ଅନେକ ଲୋକ ଆସିଛନ୍ତି। କିନ୍ତୁ ଶେଷରେ ସମସ୍ତଙ୍କ ପ୍ରୟାସ ବିଫଳ ହୋଇଥିଲା। ଏହାପରେ କାରଟି ଧିରେ ଧିରେ ପାଣିରେ ବୁଡିବାକୁ ଲାଗିଲା ଏବଂ ଭିଡିଓ ମଧ୍ଯ ଶେଷ ହୋଇଛି। ସୂଚନା ମୁତାବକ ଫେସବୁକ୍ ୟୁଜର୍ ଡାଲ୍ବୀ ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, କିଛି ଘଣ୍ଟା ପୂର୍ବରୁ ନିଜ ପିଲାମାନଙ୍କ ସହ ସମୁଦ୍ରରେ ପହଞ୍ଚିଥିଲେ। ସମୁଦ୍ର କୂଳରେ ଜଣେ ବ୍ଯକ୍ତି କାର୍ ରଖି ଜେଟ୍ ବାହାର କରୁଥିବା ସମୟରେ ହିଁ ବଡ ଲହରୀ ଆସି କାରକୁ ପାଣି ଭିତରକୁ ନେଇଯାଇଥିଲା।

video courtesy : Lee Dolby

ସୂଚନା ମୁତାବକ ଏହି ଭିଡିଓକୁ ଗତ ସପ୍ତାହର ଗୁରୁବାର ଦିନ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏହି ଭିଡିଓକୁ ବର୍ତ୍ତମାନ ୩ଲକ୍ଷରୁ ଅଧିକ ଲୋକ ଦେଖିବା ସହ ୩ହଜାରରୁ ଅଧିକ ସେୟାର ଏବଂ ଲାଇକ୍ ମଧ୍ଯ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.