ରାଜଧାନୀରେ ସୁବଳ ମହାରଣାଙ୍କ ଦ୍ବାରା ନିର୍ମିତ ବିଶ୍ବର ସବୁଠୁ କୁନି ରଥ ! ଗିନିଜି ବୁକ୍‌ରେ ସ୍ଥାନିତ କରିବାକୁ କରିବେ ଆବେଦନ

ଭୁବନେଶ୍ବର: ରାଜଧାନୀ ବାସିନ୍ଦା ସୁବଳ ମହାରଣା। ଷ୍ଟେଟବ୍ୟାଙ୍କରେ କାମ କରନ୍ତି । ଫୁରସତ ମିଳିଲେ ଲାଗିପଡନ୍ତି ନିଜର କୁଳ ବେଉଷାରେ । କିଛି ନୂଆ ଜିନିଷ ତିଆରି କରିବାକୁ ସବୁବେଳେ କରିଥାନ୍ତି ଚେଷ୍ଟା । ତେବେ ଏହି ଲକଡାଉନ ସମୟରେ ସେ ସମୟ ବାହାର କରି ନିର୍ମାଣ କରିଛନ୍ତି କୁନି ରଥ । ଯାହାର ଉଚ୍ଚତା ୨.୩ ସେମି, ଚଉଡା ୧.୯ ସେମି ଓ ଓଜନ ୧.୧୪୦ ମିଲି ଗ୍ରାମ ।

rathଲିମ୍ବ କାଠ, ବେଲ, ଚନ୍ଦନ, ତୁଳସୀ, ଦୁବ ଓ ଗୁଆକୁ ବ୍ୟବହାର କରି ସେ କରିଛନ୍ତି ଏହି କୁନି ରଥ । ନିର୍ମାଣ କରିବା ପାଇଁ ତାଙ୍କୁ ଲାଗିଥିଲା ୧୫ ଘଣ୍ଟା । ଆଗକୁ ୧ସେମି ଉଚ୍ଚତାର ଏକ ରଥ ନିର୍ମାଣ କରିବା ନେଇ ତାଙ୍କର ଇଚ୍ଛା ଅଛି । ତେବେ ଏହି ରଥଟି ବିଶ୍ୱର ସବୁଠାରୁ ଛୋଟ ରଥ ବୋଲି ଦାବି କରିଛନ୍ତି ସୁବଳ । ସେ ଏହାକୁ ଗିନିଜି ବୁକ୍‌ରେ ସ୍ଥାନିତ କରିବାକୁ ଆବେଦନ କରିବେ । ରଥ ବିକ୍ରି ବାବଦ ଟଙ୍କାକୁ ସେ ମୁଖ୍ୟମନ୍ତ୍ରୀ ରିଲିଫି ଫଣ୍ଡକୁ ଦେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.