Categories: ସ୍ପେଶାଲ

ବ୍ଲଡ଼ ଗ୍ରୁପ ଅନୁସାରେ ଖାଆନ୍ତୁ ଖାଦ୍ୟ, ଜୀବନ ସାରା ରୁହନ୍ତୁ ସୁସ୍ଥ

ସୁସ୍ଥ ରହିବା ସହ ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ଖାଇ କେମିତି ନିଜ ତ୍ୱଚାକୁ ଅଧିକ ରୁ ଅଧିକ ଉଜ୍ଜ୍ୱଳ କରିବେ ସେ ନେଇ ସମସ୍ତେ ଚେଷ୍ଟା କରନ୍ତି । ଏମିତିକି ବଜାରରେ ମିଳୁଥିବା ନୂଆ ନୂଆ ଖାଦ୍ୟ ମନ ମଧ୍ୟ ନିଜ ଉପରେ ଟ୍ରାଏ କରିଥାନ୍ତି । କିନ୍ତୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଅଧିକାଂଶ ସମୟରେ ସେଗୁଡିକ ଅନେକଙ୍କ ଶରୀରକୁ ସୁହାଇନଥାଏ । ଫଳରେ ଶରୀରରେ ବହୁ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖାଦିଏ ।ତେଣୁ ବିଶେଷଜ୍ଞଙ୍କ ଅନୁଯାୟୀ ସର୍ବଦା ନିଜ ବ୍ଲଡ଼ ଗ୍ରୁପ ଅନୁଯାୟୀହିଁ ଖାଦ୍ୟ ନେବା ଉଚିତ । ଯାହା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆସନ୍ତୁ ଜାଣିବା ନିଜ ବ୍ଲଡ଼ ଗ୍ରୁପ ଅନୁଯାୟୀ କେମିତି ବାଛିବେ ନିଜ ଖାଦ୍ୟ:

‘ଏ’ ବ୍ଲଡ଼ ଗ୍ରୁପ:

ଯେଉଁ ମହିଳା ମାନଙ୍କ ବ୍ଲଡ଼ ଗ୍ରୁପ ‘ଏ’ ହୋଇଥାଏ ସେମାଙ୍କ ପାଚନ ଶକ୍ତି ଅନ୍ୟ ମାନଙ୍କ ତୁଳନାରେ ଦୁର୍ବଳ ହୋଇଥାଏ । ତେଣୁ ସେମାନେ ଅଧିକ ଆମିଷ ଖାଦ୍ୟ କି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ଏହି ଖାଦ୍ୟ ଗୁଡିକ ସେମାନଙ୍କ ଶରୀରରେ ସହଜରେ ହଜମ ହୋଇନଥାଏ । ତେଣୁ ଏମାନଙ୍କ ଠାରେ ଅଧିକ ପେଟ ସମସ୍ୟା ଦେଖାଦିଏ ।

‘ଓ’ ବ୍ଲଡ଼ ଗ୍ରୁପ:

ଏହି ବ୍ଲଡ଼ ଗ୍ରୁପର ବ୍ୟକ୍ତିଙ୍କ ପାଚନ କ୍ରିୟା ଅନ୍ୟ ମାନଙ୍କ ତୁଳନାରେ ଉନ୍ନତ ଥାଏ । ଏମାନେ ଆମିଷ ଖାଦ୍ୟକୁ ନିଜ ଡାଏଟରେ ନେଲେ ସେମିତି କିଛି ଅସୁବିଧା ଦେଖାଦିଏନାହିଁ । ଏମାନେ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । କିନ୍ତୁ ଏମାନେ ଦୁଗ୍ଧ ଜାତୀୟ ଖାଦ୍ୟ ଅପେକ୍ଷାକୃତ କମ ଗ୍ରହଣ କରିବା ଏମାନଙ୍କ ପାଇଁ ଭଲ ହୋଇଥାଏ ।

‘ବି’ ବ୍ଲଡ଼ ଗ୍ରୁପ:

ଏହି ବ୍ଲଡ଼ର ଗ୍ରୁପର ଲୋକ ମାନେ ନିଜ ଖାଦ୍ୟପେୟରେ ସେତେଟା ପ୍ରତିବନ୍ଧକ ଲଗାଇବା ଦରକାର ନାହିଁ । ଏମାନେ ପ୍ରତି ପ୍ରକାରର ଖାଦ୍ୟ ନିଜ ଡ଼ାଏଟରେ ସାମିଲ କରିବା ଭଲ । କିନ୍ତୁ ନିଜ ଦୈନନ୍ଦିନ ଖାଦ୍ୟ ପେୟରେ ଏମାନେ କିଛିରେ ପରିବର୍ତ୍ତନ ଆଣିବା ଉଚିତ । ଯଦି ଦିନରେ ଅଧିକ ଖାଇଥାନ୍ତି ତେବେ ସନ୍ଧ୍ୟାରେ ହାଲୁକା ଖାଦ୍ୟ ନେବା ଉଚିତ ।

‘ଏବି’ ବ୍ଲଡ଼ ଗ୍ରୁପ:

ଏମାନଙ୍କର ଦୁଇଟି ବ୍ଲଡ଼ ହୋଇଥିବାରୁ ଏମାନେ ଉଭୟ ବ୍ଲଡ଼ ଗ୍ରୁପ ଅନୁଯାୟୀ ଖାଦ୍ୟ ଏମାନେ ନେଇପାରିବେ । ଏହି ବ୍ଲଡ଼ ଗ୍ରୁପର ଲୋକ ମାନେ ମିଶାମିଶି ଖାଦ୍ୟ ନେବା ଉଚିତ । ଏମାନେ ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ, କାର୍ବୋହାଇଡ୍ରେଟ, ଦୁଗ୍ଧ ଜାତୀୟ ଖାଦ୍ୟ ପ୍ରତିଦିନର ଡାଏଟରେ ନେଇ ପାରିବେ । କିନ୍ତୁ ଏ ବ୍ଲଡ଼ ମାନଙ୍କ ପରି ଏମାନଙ୍କ ପାଚନ ଶକ୍ତି ସେତେଟା ଉନ୍ନତ ନ ଥାଏ । ଏମାନେ ଆମିଷ ଖାଦ୍ୟ ପରିତ୍ୟାଗ କରିବା ଏମାନଙ୍କ ପାଇଁ ଅଧିକ ଭଲ । ହେଲଦି ରହିବା ପାଇଁ ଏମାନେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ବିଭିନ୍ନ ସମୟରେ ଖାଇବା ଉଚିତ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago