ସ୍ପେଶାଲ

ଜାଣନ୍ତୁ କ’ଣପାଇଁ ଏହିସବୁ ଦେଶକୁ ଏଣ୍ଟ୍ରି କରିପାରିନାହିଁ କରୋନା, ବୈଜ୍ଞାନିକ ରଖିଲେ ଏପରି ମତ

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଭାଇରସ ଚାରିଆଡେ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଶତାଧିକ ଲୋକ ଏହି ରୋଗର ଶିକାର ହେଉଛନ୍ତି। ପାଖାପାଖି ଦୁଇ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ମହାମାରୀ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟଜନିତ ଆପାତ୍ତକାଳୀନ ସ୍ଥିତି ଘୋଷଣା କରାଯାଇଛି। କିନ୍ତୁ ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଏହି ଭାଇରସ ଏଣ୍ଟ୍ରି ମଧ୍ୟ କରିପାରିନାହିଁ। ପାଖାପାଖି ଦେଢ ମାସ ବିତିଗଲା ପରେ ମଧ୍ୟ କରୋନା ଭାଇରସର ଗୋଟେ ହେଲେ ମାମଲା ଏହି ଦେଶରେ ଦେଖିବାକୁ ମିଳିନାହିଁ। ଯାହାକୁ ନେଇ ବୈଜ୍ଞାନିକ ଏବଂ ଡାକ୍ତର ମଧ୍ୟ ଚକିତ ହୋଇପଡିଛନ୍ତି।

ସମଗ୍ର ଆଫ୍ରିକା ଏବଂ ସାଉଥ ଆମେରିକା କରୋନା ଭାଇରସର ମୁକ୍ତ :

ଅନ୍ତରାଷ୍ଟ୍ରୀୟ ସଂସ୍ଥା ଜନ ହପ୍‌କିନ୍ସର ସାଇଟ୍‌ ମୁତାବକ, କରୋନା ଭାଇରସ ଚୀନରୁ ସମଗ୍ର ବିଶ୍ୱରେ କାୟା ବିସ୍ତା କରି ଚାଲିଛି। ଭାରତ ସହିତ ସମଗ୍ର ପଡୋଶୀ ଦେଶ ଆମେରିକା, ୟୁରୋପ, ଦକ୍ଷିଣ ଏସିଆ ଓ ରୁଷରେ ମଧ୍ୟ ଏହି ଭାଇରସ ବ୍ୟାପିଥିବା ମାମଲା ସାମ୍ନାକୁ ଆସିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏପର୍ଯ୍ୟନ୍ତ ଏହି ଭାଇରସ ଆଫ୍ରିକା, ବ୍ରାଜିଲ ସମେତ ପୁରା ଦକ୍ଷିଣ ଆମେରିକା ଦେଶରେ କରୋନା ଭାଇରସର କୌଣସି ମାମଲା ସାମ୍ନାକୁ ଆସିନାହିଁ। ଯେଉଁଥିପାଇଁ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏମିତି ନୁହେଁ କି, ଏଠିକାର କୌଣସି ଲୋକ ଚୀନ ଯାଇନାହାନ୍ତି। କିନ୍ତୁ କୌଣସି ଲୋକଙ୍କ ମଧ୍ୟରେ ଭାଇରସ ପ୍ରବେଶ କରିପାରିନାହିଁ। ବୈଜ୍ଞାନିକ କହିବାନୁଯାୟୀ, ଏହି ଦେଶ ଅତ୍ୟଧିକ ଗରମ ଦେଶ ହୋଇଥିବାରୁ ଏହି ଜୀବାଣୁ ବିକଶିତ ହେବା କଷ୍ଟକର ହୋଇପଡେ। ଏଠିକାର ତାପମାତ୍ରା ଏସିଆ ଦେଶ ତୁଳନାରେ ୧୫ ରୁ ୨୦ ଡିଗ୍ରୀ ଅଧିକ ରହିଥାଏ। ସେଥିପାଇଁ ସେହିଦେଶର ଲୋକଙ୍କ ଶରୀରରେ ଏହି ଭାଇରସ ବିକଶିତ ହୋଇପାରେ ନାହିଁ।

Swagatika

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

6 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

6 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

7 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

8 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

9 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

9 hours ago