ଜାଣନ୍ତୁ କ’ଣପାଇଁ ଏହିସବୁ ଦେଶକୁ ଏଣ୍ଟ୍ରି କରିପାରିନାହିଁ କରୋନା, ବୈଜ୍ଞାନିକ ରଖିଲେ ଏପରି ମତ
କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଭାଇରସ ଚାରିଆଡେ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଶତାଧିକ ଲୋକ ଏହି ରୋଗର ଶିକାର ହେଉଛନ୍ତି। ପାଖାପାଖି ଦୁଇ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ମହାମାରୀ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟଜନିତ ଆପାତ୍ତକାଳୀନ ସ୍ଥିତି ଘୋଷଣା କରାଯାଇଛି। କିନ୍ତୁ ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଏହି ଭାଇରସ ଏଣ୍ଟ୍ରି ମଧ୍ୟ କରିପାରିନାହିଁ। ପାଖାପାଖି ଦେଢ ମାସ ବିତିଗଲା ପରେ ମଧ୍ୟ କରୋନା ଭାଇରସର ଗୋଟେ ହେଲେ ମାମଲା ଏହି ଦେଶରେ ଦେଖିବାକୁ ମିଳିନାହିଁ। ଯାହାକୁ ନେଇ ବୈଜ୍ଞାନିକ ଏବଂ ଡାକ୍ତର ମଧ୍ୟ ଚକିତ ହୋଇପଡିଛନ୍ତି।
ସମଗ୍ର ଆଫ୍ରିକା ଏବଂ ସାଉଥ ଆମେରିକା କରୋନା ଭାଇରସର ମୁକ୍ତ :
ଅନ୍ତରାଷ୍ଟ୍ରୀୟ ସଂସ୍ଥା ଜନ ହପ୍କିନ୍ସର ସାଇଟ୍ ମୁତାବକ, କରୋନା ଭାଇରସ ଚୀନରୁ ସମଗ୍ର ବିଶ୍ୱରେ କାୟା ବିସ୍ତା କରି ଚାଲିଛି। ଭାରତ ସହିତ ସମଗ୍ର ପଡୋଶୀ ଦେଶ ଆମେରିକା, ୟୁରୋପ, ଦକ୍ଷିଣ ଏସିଆ ଓ ରୁଷରେ ମଧ୍ୟ ଏହି ଭାଇରସ ବ୍ୟାପିଥିବା ମାମଲା ସାମ୍ନାକୁ ଆସିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏପର୍ଯ୍ୟନ୍ତ ଏହି ଭାଇରସ ଆଫ୍ରିକା, ବ୍ରାଜିଲ ସମେତ ପୁରା ଦକ୍ଷିଣ ଆମେରିକା ଦେଶରେ କରୋନା ଭାଇରସର କୌଣସି ମାମଲା ସାମ୍ନାକୁ ଆସିନାହିଁ। ଯେଉଁଥିପାଇଁ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏମିତି ନୁହେଁ କି, ଏଠିକାର କୌଣସି ଲୋକ ଚୀନ ଯାଇନାହାନ୍ତି। କିନ୍ତୁ କୌଣସି ଲୋକଙ୍କ ମଧ୍ୟରେ ଭାଇରସ ପ୍ରବେଶ କରିପାରିନାହିଁ। ବୈଜ୍ଞାନିକ କହିବାନୁଯାୟୀ, ଏହି ଦେଶ ଅତ୍ୟଧିକ ଗରମ ଦେଶ ହୋଇଥିବାରୁ ଏହି ଜୀବାଣୁ ବିକଶିତ ହେବା କଷ୍ଟକର ହୋଇପଡେ। ଏଠିକାର ତାପମାତ୍ରା ଏସିଆ ଦେଶ ତୁଳନାରେ ୧୫ ରୁ ୨୦ ଡିଗ୍ରୀ ଅଧିକ ରହିଥାଏ। ସେଥିପାଇଁ ସେହିଦେଶର ଲୋକଙ୍କ ଶରୀରରେ ଏହି ଭାଇରସ ବିକଶିତ ହୋଇପାରେ ନାହିଁ।