Below header

ସଫାରୀ ଭିତରେ ବାଘର ଆତଙ୍କ ଦେଖି ଭୟଭୀତ ହେଲେ ପର୍ଯ୍ୟଟକ, ଦେଖନ୍ତୁ ଏହି ଲୋମଟାଙ୍କୁରା ଭିଡିଓ

ଛତିଶଗଡ଼ର ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଦୃଶ୍ୟ। ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ବାଘ ପର୍ଯ୍ୟଟକ ବସର ପିଛା କରିଥିଲା। ଏହି ଘଟଣା ବନ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ପରେ ସରକାରଙ୍କ ପକ୍ଷରୁ ଦୁଇ ଜଣ ବନ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ସୂଚନା ମୁତବାକ ଯେତେବେଳେ ବାଘଟି ବସ୍‌ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ସେହି ସମୟରେ ପର୍ଯ୍ୟଟକ ଗାଡି ଚାଳକଙ୍କ ଜୋରରେ ଗାଡି ଚଲାଇବା ପାଇଁ କହିବା ପରେ ମଧ୍ୟ ବାଘଟି ବସ୍‌ ର ପିଛା କରିଥିଲା।

ତଦନ୍ତ ଅନୁଯାୟୀ ଭାଇରାଲ ହୋଇଥିବା ଭିଡିଓଟି ଗାଇଡ୍‌ଙ୍କ ଦ୍ୱାରା ସୁଟିଂ କରାଯାଇଥିଲା। ଗାଇଡ ଏବଂ ଡ୍ରାଇଭରଙ୍କୁ ସଫାରୀରେ ବନ୍ୟଜନ୍ତୁଙ୍କ ଠାରୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷିତ କରାଯାଇଥାଏ। କିନ୍ତୁ ଏହି ଦୁଇ କର୍ମଚାରୀ ନିଜ କାର୍ଯ୍ୟରେ ଅଣଦେଖା କରିଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.